ନୂଆଦିଲ୍ଲୀ : ଡିଏମକେ ନେତା ଦିଣ୍ଡିଗୁଲ ଲିଓନି ତାମିଲନାଡୁର ବିଭିନ୍ନ ସ୍ଥାନରେ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ପ୍ରଚାର ସମୟରେ ସେ ମହିଳାଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ସେ ମହିଳାମାନଙ୍କୁ ଗାଈ ସହିତ ତୁଳନା କରିବା ସହିତ ବିଦେଶୀ ଗାଈ କ୍ଷୀର ପିଇବା ହେତୁ ମହିଳାମାନେ ମୋଟା ହୋଇଯାଉଛନ୍ତି ବୋଲି କହିଥିଲେ। ସୋସିଆଲ ମିଡିଆରେ ତାଙ୍କ ଭାଷଣର ଏକ ଭିଡିଓ କ୍ଲିପ ଭାଇରାଲ ହୋଇଛି। ଯାହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ମହିଳାମାନଙ୍କ ବିଷୟରେ ଅରୁଚିକର ମନ୍ତବ୍ୟ ଦେବାକୁ ନେଇ ଦିଣ୍ଡିଗୁଲ ଲିଓନି ସବୁବେଳେ ସମାଲୋଚନାର ପାତ୍ର ହୋଇଥାଆନ୍ତି। ଏଥର ସେ ମହିଳାମାନଙ୍କ ଆକୃତି ଏବଂ ଓଜନକୁ ନେଇ ଯେଭଳି ପରିହାସ କରିଛନ୍ତି ତାହା ସମସ୍ତ ସୀମା ଟପି ଯାଇଥିବା କୁହାଯାଉଛି।
ଡିଏମକେ ପାଇଁ ପ୍ରଚାର କରୁଥିବାବେଳେ ଦିଣ୍ଡିଗୁଲ ଲିଓନି କହିଛନ୍ତି, ଯେ ମହିଳାମାନେ ସେମାନଙ୍କର ଆକୃତି ହରାଇଛନ୍ତି ଏବଂ “ବ୍ୟାରେଲ‘’ ପରି ଦେଖାଯାଉଛି। ମହିଳାମାନେ ବର୍ତ୍ତମାନ ବିଦେଶୀ ଗାଈମାନଙ୍କର କ୍ଷୀର ପିଉଛନ୍ତି। ଯେଉଁଥିପାଇଁ ତାଙ୍କ ଶରୀରର ଓଜନ ବୃଦ୍ଧି ପାଉଛି। ପୂର୍ବରୁ ମହିଳାମାନଙ୍କ ଶରୀର ଆକୃତି ଇଂରାଜୀ ଅକ୍ଷର ‘୮’ ଭଳି ଥିଲା। ସେହି ସମୟରେ ସେମାନେ ପିଲାମାନଙ୍କୁ ସହଜରେ କାଖେଇ ପାରୁଥିଲେ କିନ୍ତୁ ବର୍ତ୍ତମାନ ସେମାନେ ଏକ ବ୍ୟାରେଲ ପରି ହୋଇଗଲେଣି। ଯେଉଁଥିପାଇଁ ନିଜ ପିଲାମାନଙ୍କୁ କାଖେଇବାରେ ମହିଳାମାନଙ୍କୁ ଅସୁବିଧା ହେଉଛି।
Follow Us