ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

Advertisment

୨୪ଘଣ୍ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ନିର୍ଦ୍ଧିଷ୍ଟ ଭାବେ କିଛି କୁହାଯାଇ ପାରିବ ନାହିଁ

୨୪ଘଣ୍ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ନିର୍ଦ୍ଧିଷ୍ଟ ଭାବେ କିଛି କୁହାଯାଇ ପାରିବ ନାହିଁ

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି ବୋଲି ସେ ଚିକିତ୍ସିତ ହେଉଥିବା ଚେନ୍ନାଇର କାଭେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ସ୍ୱାସ୍ଥ୍ୟ ବୁଲେଟିନରେ୍‌ ମଙ୍ଗଳବାର କୁହାଯାଇଛି। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ନିର୍ଦ୍ଧିଷ୍ଟ ଭାବେ କିଛି କୁହାଯାଇ ପାରିବ ନାହିଁ ବୋଲି କାବେରୀ ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି। ତେବେ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବା ଖବର ପାଇବା ପରେ ତାଙ୍କ ସମର୍ଥକ ହସ୍‌ପିଟାଲ ବାହାରେ ଭିଡି ଜମାଇଛନ୍ତି। ଏହି ଭିଡିକୁ ସମ୍ଭାଳିବା ପାଇଁ ହସ୍‌ପିଟାଲ ପରିସରରେ ପୁଲିସ୍‌ ବି ମୁତୟନ କରାଯାଇଛି। କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରି ବି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଚେନ୍ନାଇ କାବେରି ହସ୍‌ପିଟାଲରେ ପହଞ୍ଚି ତାଙ୍କ ପରିବାରଙ୍କୁ ଭେଟିଛନ୍ତି।

publive-image

ସୂଚନାଯୋଗ୍ୟ, ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିବା ୯୪ ବର୍ଷ ବୟସ୍କ ଏମ୍‌ କରୁଣାନିଧିଙ୍କୁ କାବେରୀ ହସ୍ପିଟାଲର ଡାକ୍ତରମାନେ ଏବେ ଭେଣ୍ଟିଲେଟରରେ ରଖିବା ସହ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ କାର୍ଯ୍ୟକ୍ଷମ କରି ରଖିବା ପାଇଁ ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରି ରଖିଛିନ୍ତି।

ଉଲ୍ଲେଖଯୋଗ୍ୟ, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କରୁଣାନିଧିଙ୍କୁ ଗତ ଜୁଲାଇ ୨୧ ତାରିଖଠାରୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଗତକାଲି ଅପରାହ୍ନରେ ହଠାତ ଶୋଚନୀୟ ହୋଇପଡ଼ିବା ସହ ସଙ୍କଟଜନକ ଅବସ୍ଥା ଆଡ଼କୁ ଗତି କରିଥିଲା ବୋଲି ହସ୍ପିଟାଲ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୁଲେଟିନ୍‌ରେ କୁହାଯାଇଛି। ବର୍ତ୍ତମାନ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe