ଅଟୋ ଟପ୍ଅପ୍ ସୁବିଧା ସହିତ ସ୍ମାର୍ଟ କାର୍ଡ ଲଞ୍ଚ୍‌ କଲା ଦିଲ୍ଳୀ ମେଟ୍ରୋ ରେଳ କର୍ପୋରେସନ

Advertisment
ଅଟୋ ଟପ୍ଅପ୍ ସୁବିଧା ସହିତ ସ୍ମାର୍ଟ କାର୍ଡ ଲଞ୍ଚ୍‌ କଲା ଦିଲ୍ଳୀ ମେଟ୍ରୋ ରେଳ କର୍ପୋରେସନ

indiatoday.in

ନୂଆଦିଲ୍ଲୀ: କରୋନା ସଚେତନତା ଅବଲମ୍ବନ କରି ଦିଲ୍ଳୀ ମେଟ୍ରୋ ରେଳ କର୍ପୋରେସନ(ଡିଏମ୍‌ଆର୍‌ସି) ଯାତ୍ରୀଙ୍କ ପାଇଁ ଅଟୋ ଟପ୍ଅପ୍ ସୁବିଧା ସହିତ ସ୍ମାର୍ଟ କାର୍ଡ ଉପଲବ୍ଧ କରାଇଛି।

ମେଟ୍ରୋ ଷ୍ଟେସନଗୁଡିକର ସ୍ବୟଂଚାଳିତ ଭଡା ସଂଗ୍ରହ (ଏଏଫ୍‌ସି) ଫାଟକରେ ଏହି କାର୍ଡ ସ୍ୱୟଂଚାଳିତ ଭାବରେ ରିଚାର୍ଜ ହେବ। ଏହି ନୂତନ ସ୍ମାର୍ଟ କାର୍ଡ ଗ୍ରାହକଙ୍କ ପାଇଁ ନୂଆ କରିି ଲଞ୍ଚ୍‌ କରାଯାଇଥିବା ଆପ୍ ‘ଅଟୋପ୍’ ମାଧ୍ୟମରେ ଉପଲବ୍ଧ।

‘ଅଟୋପ୍’ ଆପ୍‌ ସହିତ ଯାତ୍ରୀଙ୍କୁ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ‌ଯୋଡ଼ିବାକୁ ପଡ଼ିବ। ଫଳରେ ଅଟୋ କାର୍ଡର ମୂଲ୍ୟ ୧୦୦ ଟଙ୍କାରୁ କମ୍‌ ହୋଇଗଲେ ଏଏଫ୍‌ସି ପ୍ରବେଶ ଦ୍ବାରରେ ଆପେ ଆପେ ୨୦୦ ଟଙ୍କାର ରିଚାର୍ଜ ହୋଇଯିବ।

'ଅଟୋପ୍' ସ୍ମାର୍ଟ କାର୍ଡର ସେବା ପାଇବାକୁ ଉପଭୋକ୍ତାମାନଙ୍କୁ 'ଅଟୋପ୍' ଆପ୍ (ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ଏବଂ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆପଲ୍ ଷ୍ଟୋର୍‌ରେ ଉପଲବ୍ଧ) ଡାଉନଲୋଡ୍ କରିବାକୁ ପଡ଼ିବ କିମ୍ବା ‘ଅଟୋପ’ର ମୋବାଇଲ୍ ସାଇଟ୍ ‘ଅଟୋପ.ଇନ୍‌’ରେ ପଞ୍ଜିକରଣ କରିବାକୁ ପଡିବ।

publive-image
The Financial Express

ଏଥି‌ରେ ବ୍ୟାଙ୍କ / କ୍ରେଡିଟ୍ କାର୍ଡ / ୟୁପିଆଇ ଆକାଉଣ୍ଟକୁ କାର୍ଡ ସହିତ ସଂଯୋଗ କରିବାକୁ ପଡ଼ିବ। ପ୍ରତ୍ୟେକ କାରବାର ପାଇଁ ଗ୍ରାହକଙ୍କ ଠାରୁ ସର୍ବାଧିକ ୧% ଫି ଗ୍ରହଣ କରାଯିବ।

ଯେଉଁ ଯାତ୍ରୀମାନେ ପୂର୍ବରୁ ଦିଲ୍ଲୀ ମେଟ୍ରୋ ସ୍ମାର୍ଟ କାର୍ଡ ରଖିଛନ୍ତି, ସେମାନେ ମଧ୍ୟ ଏହି ଆପ୍ (ଅଟୋପ୍) ମାଧ୍ୟମରେ ପଞ୍ଜୀକୃତ ହୋଇ ଅଟୋ ଟପ୍ ଅପ୍ ଫିଚର୍‌କୁ ସେମାନଙ୍କ ପୂର୍ବ କାର୍ଡରେ କାର୍ଯ୍ୟକାରୀ କରିପାରିବେ।

କୋଭିଡ୍‌-୧୯ ପାଇଁ ସଚେତନତ‌ା ଅବଲମ୍ବନ କରି ଲୋକଙ୍କୁ ସାମାଜିକ ଦୂରତା ପରି କରୋନା ନିୟମ ମାନିବାକୁ ପ୍ରୋତ୍ସାହିତ କରିବା ସକ‌ାଶେ ଏହି ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି।  ଏହି ନୂତନ ପଦକ୍ଷେପ ମେଟ୍ରୋ ଷ୍ଟେସନରେ ଧାଡିରେ ରହି ସ୍ମାର୍ଟ କାର୍ଡକୁ ରିଚାର୍ଜ କରିବା ପରି ସମସ୍ୟାକୁ ଦୂର କରିବ।

ଅଟୋପର ପ୍ରତିଷ୍ଠାତା ଅନୁରାଗ ବାଜପାଇ ଏବଂ ପଙ୍କଜ ଗମ୍ଭୀର କହିଛନ୍ତି, “ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଦିଲ୍ଲୀ ମେଟ୍ରୋ ଅଟୋପ୍‌କୁ ସ୍ୱୀକୃତି ଦେଇଛି। ସାମ୍ପ୍ରତିକ କୋଭିଡ୍‌-୧୯ ପରିସ୍ଥିତିରେ ଯୋଗାଯୋଗହୀନ ସେବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେ ଏହି ସୁବିଧାଜନକ ପ୍ଲାଟଫର୍ମ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟୁ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe