୮୪ ବର୍ଷିଅ ଦୁଷ୍କର୍ମ ଅଭିଯୁକ୍ତ ବୃଦ୍ଧଙ୍କର ହେବ ଡିଏନ୍‌ଏ ପରୀକ୍ଷା, ନାବାଳିକା ପୀଡ଼ିତା ଜନ୍ମ ଦେଇଥିବା ଶିଶୁଠାରୁ ନିଆଯାଇଛି ନମୁନା

Advertisment
୮୪ ବର୍ଷିଅ ଦୁଷ୍କର୍ମ ଅଭିଯୁକ୍ତ ବୃଦ୍ଧଙ୍କର ହେବ ଡିଏନ୍‌ଏ ପରୀକ୍ଷା, ନାବାଳିକା ପୀଡ଼ିତା ଜନ୍ମ ଦେଇଥିବା ଶିଶୁଠାରୁ ନିଆଯାଇଛି ନମୁନା

Popular Science

ନୂଆଦିଲ୍ଲୀ: ଏକ ୧୪ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରିବା ସହ ନାବାଳିକା ପିଲାର ବାପା ହୋଇଥିବା ଅଭିଯୋଗର ଶୁଣାଣି କରି ଜଣେ ୮୪ ବର୍ଷିଅ ବୃଦ୍ଧଙ୍କ ଡିଏନ୍‌ଏ ପରୀକ୍ଷା ପାଇଁ ନିର୍ଦ୍ଦେଶ ସର୍ବୋଚ୍ଚ ନ୍ୟାୟାଳୟ। ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କ ବରୋଧରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଥିଲା। ତାଙ୍କ ନାମରେ ଅଭିଯୋଗ ଆସିବା ପରେ ସେ ଅଦାଲତରେ କହିଥିଲେ କି ତାଙ୍କ ବୟସ ଅନୁସାରେ ‌ସେ ଶାରୀରିକ ସଂପର୍କ ରଖିବାକୁ ଅସମର୍ଥ। ତେଣୁ ତାଙ୍କ ନାମରେ ଆସିଥିବା ଏହି ଅଭିଯୋଗ ମନଗଢ଼ା।

ପୂର୍ବରୁ କୋଲକାତା ହାଇକୋର୍ଟରେ ଜାମିନ୍‌ ପାଇଁ ଆବେଦନ କରିଥିଲେ ଓ ତାଙ୍କ ଜାମିନ ଆବେଦନକୁ କୋଲକାତା ହାଇକୋର୍ଟ ଖାରଜ କରି ଦେଇଥିଲେ। କୋଲକାତା ପପୁଲିସ୍‌ ଏକ ରିପୋର୍ଟ ଜାରି କରି କହିଥିଲା କି ବୃଦ୍ଧ ଜଣକ ଶାରୀରିକ ସଂପର୍କ ରଖିବାକୁ ଅସମର୍ଥ ‌ବୋଲି ତାହାର କୌଣସି ପ୍ରମାଣ ନାହିଁ।

publive-image
Times of India

ଦୁଷ୍କର୍ମ ପୀଡ଼ିତା ଜଣକ ଜୁଲାଇ ୫ ତାରିଖରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ପୁଲିସ୍‌ ଡିଏନ୍‌ଏ ପରୀକ୍ଷା ପାଇଁ ଶିଶୁଟିର ନମୁନା ନେଇ ସାରିଛି। ୩ ସପ୍ତାହ ମଧ୍ୟରେ ଡିଏନ୍‌ଏ ପରୀକ୍ଷା ହେବ ବୋଲି ସୂଚନା ରହିଛି।

ଜାଣିବାକୁ ମିଳିଛି ‌ଯେ ନାବାଳିକା ଜଣକ ‌୧୩ ବର୍ଷର ଥିବା ବେଳେ ୨୦୧୯ ମସିହା ନଭେମ୍ବର ମାସରେ ଅଭିଯୁକ୍ତ ତାଙ୍କ ସହ ସଂପର୍କ ରଖିଥିଲେ। ତେବେ, ଅଭିଯୁକ୍ତଙ୍କ ପକ୍ଷ ନେଇ ଅଦାଲତରେ ନିଜ ମତ ରଖିଛନ୍ତି କଂଗ୍ରେସ ନେତା କପିଲ୍‌ ଶିବଲ୍‌। ତାଙ୍କ ବୟସ ଓ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖିଲେ ସେ ଦୁଷ୍କର୍ମ କରିନାହାନ୍ତି ତାହା ସ୍ପଷ୍ଟ  ଅଦାଲତରେ ମତ ରଖିଥିଲେ କପିଲ୍। ମାତ୍ର ତାଙ୍କ ଭିତରେ କୌଣସି ପ୍ରକାରର ବିଶେଷ ଅସୁସ୍ଥତା ନାହିଁ ବୋଲି କୋଲକତା ପୁଲିସ୍‌ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe