india.com
ନୂଆଦିଲ୍ଲୀ : ନିକଟରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ, ଭାରତରେ ପିଏଚଡ଼ି କରୁଥିବା ବ୍ୟକ୍ତିଙ୍କ ଉପରେ ଏକ ରିପୋର୍ଟ ପ୍ରଦାନ କରିଛି। ବିଗତ ତିନି ବର୍ଷର ମିଳିଥିବା ରିପୋର୍ଟରୁ ପ୍ରମାଣିତ ହୋଇଛି ମହିଳାଙ୍କ ଅପେକ୍ଷା ୨୧ ହଜାର ଅଧିକ ପୁରୁଷ ପିଏଚଡ଼ି କରିଛନ୍ତି। ତେବେ ଦେଶରେ ପିଏଚଡ଼ି କରୁଥିବା ଛାତ୍ରଛାତ୍ରୀମାନଙ୍କର ସଂଖ୍ୟା ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି। ୨୦୧୪-୧୫ ମସିହାରେ ଦେଶରେ ୧,୦୦୭୯୨ ଛାତ୍ରଛାତ୍ରୀ ପିଏଚଡ଼ି ପାଇଁ ଦାଖଲ କରିଥିବା ବେଳେ ୨୦୧୬-୧୭ ମସିହାରେ ଏହା ବୃଦ୍ଧି ହୋଇ ୧,୨୩ ,୭୧୨ ହୋଇଯାଇଛି।
Hindustan Timesଦେଶରେ ପିଏଚଡ଼ି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଖାଲି ଯେ ବଢ଼ିଛି ତାହା ନୁହଁ ବରଂ ଏଥିରେ ମହିଳାଙ୍କ ଅପେକ୍ଷା ପୁରୁଷ ମାନଙ୍କର ସଂଖ୍ୟା ଅଧିକ ରହିଛି। ୨୦୧୪-୧୫ ମସିହାରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ପିଏଚଡ଼ି ସଂଖ୍ୟା ୨୧,୦୦୦ ଅଧିକ ରହିଥିବା ବେଳେ ବର୍ଷ ବଢ଼ିବା ସହ ଏହାର ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ପିଏଚଡ଼ି କରିବା ପାଇଁ ଛାତ୍ରଛାତ୍ରୀଙ୍କ ଇଛା ବୃଦ୍ଧି ପାଉଥିବାରୁ ଜଣାପଡ଼ିଛି କି ବର୍ତ୍ତମାନର ଯୁବପିଢ଼ି ଅଧିକ ଉଚ୍ଚ ଶିକ୍ଷା ପାଇଁ ଇଛା ପ୍ରକାଶ କରୁଛନ୍ତି ।
Follow Us