ବଜେଟ୍‌ ଅଧିବେଶନକୁ ରାଜନୀତି ଓ ନିର୍ବାଚନଦ୍ବାରା ପ୍ରଭାବିତ କରନ୍ତୁ ନାହିଁ: ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

Advertisment
ବଜେଟ୍‌ ଅଧିବେଶନକୁ ରାଜନୀତି ଓ ନିର୍ବାଚନଦ୍ବାରା ପ୍ରଭାବିତ କରନ୍ତୁ ନାହିଁ: ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

Image Courtesy of Mint

ନୂଆଦିଲ୍ଲୀ: ନିର୍ବାଚନ ବିତର୍କ ଏବଂ ସଂସଦ ଅଧିବେଶନକୁ ପ୍ରଭାବିତ କରେ। କିନ୍ତୁ, ମୋର ନିବେଦନ ନିର୍ବାଚନ ପ୍ରସଙ୍ଗ ବାଦ ଦେଇ ପ୍ରତିବଦ୍ଧତାର ସହ ବଜେଟ୍‌ ଅଧିବେଶନରେ ଅଂଶ ଗ୍ରହଣ କରନ୍ତୁ ବୋଲି ଆଜି ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ବାହାରେ ସାମ୍ବାଦିକମାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦଙ୍କୁ ନିବେଦନ କରିଛନ୍ତି।

ସେ କହିଛନ୍ତି, ଆପଣମାନଙ୍କୁ ଏବଂ ସମସ୍ତ ସାଂସଦଙ୍କୁ ଏହି ଅଧିବେଶନକୁ ସ୍ବାଗତ କରୁଛି। ବଜେଟ୍‌ ଅଧିବେଶନରେ ସାଂସଦମାନଙ୍କ ଅବାଧ ବିତର୍କ ବଡ଼ ସୁଯୋଗ ହୋଇପାରେ। ମୋର ଆଶା, ଭାରତର ପ୍ରଗତି ପାଇଁ ସବୁ ଦଳ ଖୋଲା ମନରେ ବିତର୍କ କରିବେ।

publive-image Image Courtesy of India Today

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଭାରତର ଟିକାକରଣ ଅଭିଯାନ ବିଶ୍ବବ୍ୟାପୀ ଆତ୍ମବିଶ୍ବାସ ଭରିଦେଇଛି। କିନ୍ତୁ, ଭାରତ ପାଇଁ କୋଭିଡ୍‌ ମହାମାରୀ କେତେଗୁଡ଼ିଏ ଆହ୍ବାନ ଦେବା ସହ ବହୁ ସୁଯୋଗ ମଧ୍ୟ ଆଣିଛି।

ଏହାପରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ ପହଞ୍ଚି ବଜେଟ୍‌ ଅଧିବେଶନ ଅବ୍ୟବହିତ ପୂର୍ବରୁ ଗୃହର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଉଛନ୍ତି।

ସୂଚନାଯୋଗ୍ୟ, ୨୦୨୨-୨୩ କେନ୍ଦ୍ରୀୟ ବଜେଟ୍‌ ଅନୁମୋଦନ ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୦.୧୦ରେ କେନ୍ଦ୍ର କ୍ୟାବିନେଟ୍‌ ବୈଠକ କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଛି।

ଆଜି ସଂସଦରେ ଆରମ୍ଭ ହୋଇଥିବା ବଜେଟ୍‌ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବର୍ଷର ଅର୍ଥନୈତିକ ‌ସର୍ବେକ୍ଷଣ ଉପସ୍ଥାପନ କରିବ‌େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe