କରୋନା ରୋଗୀଙ୍କ ସଂସ୍ପର୍ଶ‌ରେ ଆସି ଲକ୍ଷଣ ନଥିଲେ ଟେଷ୍ଟ୍‌ କରନା

୬୦ ବର୍ଷରୁ ଊର୍ଦ୍ଧ୍ବ ରୋଗୀ ଗୃହ ସଙ୍ଗରୋଧରେ ରହିବେ

ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ, ଖୋଲିବ କୋଭିଡ ହସ୍ପିଟାଲ

NBC News

ନୂଆଦିଲ୍ଲୀ : କରୋନାରୁ ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନେ ୭ ଦିନ ଗୃହ ସଙ୍ଗରୋଧରେ ରହିବା ପରେ ପୁନଃ ଟେଷ୍ଟ୍‌ କରିବାର ଆବଶ୍ୟକତା ନାହିଁ। ‌ସଙ୍ଗରୋଧ ସମୟର ଶେଷ ୩ ଦିନରେ ଯଦି ଜ୍ବର ନାହିଁ ତେବେ ଟେଷ୍ଟ୍‌ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି। ସରକାର କୋଭିଡ ପ୍ରୋଟୋକଲରେ ସଂଶୋଧନ ଆଣି ଏହା କହିଛନ୍ତି। କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ବି ଯଦି କରୋନାର କୌଣସି ଲକ୍ଷଣ ନାହିଁ ତେବେ କରୋନା ଟେଷ୍ଟ୍‌ କରିବାର ଆବଶ୍ୟକତା ନାହିଁ। ଯେଉଁମାନଙ୍କଠାରେ ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ରହିଛି ସେମାନେ ଘରେ ସଙ୍ଗରୋଧରେ ରହିପାରିବେ। ଅନ୍ୟପକ୍ଷେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ କେବଳ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ହୋମ୍‌ ଆଇସୋଲେସନ୍‌ରେ ରହିପାରିବେ। ଚଳିତ ମାସରେ କେନ୍ଦ୍ର ସରକାର ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନଥିବା ରୋଗୀଙ୍କ ସଙ୍ଗରୋଧ ସମୟକୁ ୧୦ରୁ ୭ ଦିନକୁ କମାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe