ହମାସ ମୁକ୍ତ ପାଲେଷ୍ଟାଇନ ଗଠନ ପାଇଁ ଜାତିସଂଘରେ ପ୍ରସ୍ତାବ ଗୃହୀତ: ଭାରତ ସମେତ ୧୪୨ ଦେଶଙ୍କ ସମର୍ଥନ

ଦୀର୍ଘ ୨ ବର୍ଷର ଯୁଦ୍ଧ ପରେ ଶେଷରେ ଇସ୍ରାଏଲ ଓ ପାଲେଷ୍ଟାଇନ ପାଇଁ ସମାଧାନର ରାସ୍ତା ଉଜ୍ଜ୍ବଳ ହୋଇଛି। ଜାତିସଂଘ ସାଧାରଣ ପରିଷଦ ଶୁକ୍ରବାର ଦିନ ‘ନ୍ୟୁୟର୍କ ଘୋଷଣାନାମା’କୁ ସମର୍ଥନ କରିଛି, ଯେଉଁଥିରେ ସ୍ବତନ୍ତ୍ର ଇସ୍ରାଏଲ ଏବଂ ପାଲେଷ୍ଟାଇନ ରାଷ୍ଟ୍ର....

fhfsfhfh

ନ୍ୟୁୟର୍କ: ଦୀର୍ଘ ୨ ବର୍ଷର ଯୁଦ୍ଧ ପରେ ଶେଷରେ ଇସ୍ରାଏଲ ଓ ପାଲେଷ୍ଟାଇନ ପାଇଁ ସମାଧାନର ରାସ୍ତା ଉଜ୍ଜ୍ବଳ ହୋଇଛି। ଜାତିସଂଘ ସାଧାରଣ ପରିଷଦ ଶୁକ୍ରବାର ଦିନ ‘ନ୍ୟୁୟର୍କ ଘୋଷଣାନାମା’କୁ ସମର୍ଥନ କରିଛି, ଯେଉଁଥିରେ ସ୍ବତନ୍ତ୍ର ଇସ୍ରାଏଲ ଏବଂ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଏବଂ ଗାଜାକୁ ହମାସ ମୁକ୍ତ କରାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବକୁ ଭାରତ ସମେତ ୧୪୨ଟି ଦେଶ ସମର୍ଥନ କରିଛନ୍ତି। ଏହା ବିରୋଧରେ ୧୦ଟି ଭୋଟ ପଡ଼ିଛି, ଯେଉଁଥିରେ ଇସ୍ରାଏଲ ଏବଂ ଆମେରିକାର ପ୍ରମୁଖ ସହଯୋଗୀ ଦେଶ ଅଛନ୍ତି। ୧୨ଟି ଦେଶ ଭୋଟ ଦାନରୁ ବିରତ ରହିଛନ୍ତି।

ଜାତିସଂଘ ପ୍ରସ୍ତାବରେ ହମାସ କାର୍ଯ୍ୟକୁ ଦୃଢ଼ ନିନ୍ଦା କରାଯାଇଛି ଏବଂ ଏହାକୁ ଅସ୍ତ୍ରଶସ୍ତ୍ର ସମର୍ପଣ କରିବାକୁ କୁହାଯାଇଛି। ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣକୁ ନିନ୍ଦା ନ କରାଯିବାକୁ ନେଇ ଜାତିସଂଘ ଉପରେ ଇସ୍ରାଏଲ ଖପ୍ପା ରହିଥିବାରୁ ଏହି ଘୋଷଣାନାମାରେ ସେହି ଦିଗ ପ୍ରତି ଧ୍ୟାନ ଦିଆଯାଇଛି। ପାଲେଷ୍ଟାଇନ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଦୁଇ-ରାଷ୍ଟ୍ର ଗଠନ କାର୍ଯ୍ୟକାରୀ କରିବା ଉପରେ ନ୍ୟୁୟର୍କ ଘୋଷଣାନାମାରେ ଗୁରୁତ୍ବାରୋପ କରାଯାଇଛି। ଏହି ‌ଘୋଷଣାନାମାକୁ ଆରବ ଲିଗ୍ ଏବଂ ଅନ୍ୟ ୧୭ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି। ସେମାନେ ହମାସକୁ କଡ଼ା ନିନ୍ଦା କରିବା ସହିତ ଗାଜାରେ ସେମାନଙ୍କ ଶାସନ ସମାପ୍ତ କରି ପା‌‌ଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ସର୍ମପଣ କରିବାକୁ କୁହାଯାଇଛି। ଯଦ୍ବାରା ପାଲେଷ୍ଟାଇନ ଏକ ସାର୍ବଭୌମ ଏବଂ ସ୍ବାଧୀନ ରାଷ୍ଟ୍ରରେ ପରିଣତ ହୋଇପାରିବ। ସେପ୍ଟେମ୍ବର ୨୨ରେ ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘ ସମ୍ମିଳନୀରେ ରିୟାଦ ଓ ପ୍ୟାରିସ ଅଧ୍ୟକ୍ଷତା କରିବାକୁ ଥିବାବେଳେ ପାଲେଷ୍ଟାଇନକୁ ବିଧିବଦ୍ଧ ଭାବେ ରାଷ୍ଟ୍ର ମାନ୍ୟତା ଦିଆଯିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe