ଫେବୃୟାରୀ ୧: ଭାରତରେ ହୁଏ ବଜେଟ୍ ଉପସ୍ଥାପନ, ହେଲେ ଜାଣନ୍ତି କି କେବେ ହୁଏ ପାକିସ୍ତାନରେ... ?

ଭାତରରେ ବଜେଟ ଫେବୃୟାରୀ ୧ରେ ଉପସ୍ଥାପିତ ହେଉଥିବା ବେଳେ ଆପଣ ଜାଣନ୍ତି କି ଆମ ପଡୋଶୀ ଦେଶ ପାକିସ୍ତାନରେ କେବେ ଉପସ୍ଥାପିତ ହୁଏ ବଜେଟ୍ ।

pakistan budget

Photograph: (SAMBAD.IN )

ଇସଲାମାବାଦ: ଆଉ ଦିନକ ପରେ ଆସିବ କେନ୍ଦ୍ରୀୟ ବଜେଟ । ସଂସଦରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ-୨୦୨୫ ଉପସ୍ଥାପନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ନିର୍ମଳାଙ୍କ ପେଡିରୁ ଏଥର କଣ ଦେଶ ପାଇଁ ଏବଂ ସାଧାରଣ ଲୋକଙ୍କ ପାଇଁ ବାହାରିବ ତା ଉପରେ ନଜର ରହିଛି । ଭାତରରେ ବଜେଟ ଫେବୃୟାରୀ ୧ରେ ଉପସ୍ଥାପିତ ହେଉଥିବା ବେଳେ ଆପଣ ଜାଣନ୍ତି କି ଆମ ପଡୋଶୀ ଦେଶ ପାକିସ୍ତାନରେ କେବେ ଉପସ୍ଥାପିତ ହୁଏ ବଜେଟ୍ ।

ପାକିସ୍ତାନରେ ଜୁଲାଇ ୧ ତାରିଖକୁ ଆର୍ଥିକ ବର୍ଷର ଆରମ୍ଭ ବୋଲି ଧରାଯାଏ । ସେହି ତାରିଖକୁ ଲକ୍ଷ୍ୟ କରି ସବୁକିଛି କରାଯାଏ ମାତ୍ର ପାକିସ୍ତାନର ସେମିତି କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ ଯେଉଁଦିନ କି ସେମାନଙ୍କର ବଜେଟ ଉପସ୍ଥାପିତ ହୁଏ । ସମ୍ଭବତ ପାକିସ୍ତାନରେ ଜୁନରେ ହିଁ ବଜେଟ୍ ଆସେ ।

ପାକିସ୍ତାନରେ ଗତ ବର୍ଷ ଜୁନ ୨୮ରେ ନେସନାଲ ଆସେମ୍ବ୍ଲି ଆର୍ଥିକ ବିଧେୟ ପାରିତ କରିଥିଲେ ଏବଂ ଜୁନ ୩୦ରେ ରାଷ୍ଟ୍ରପତି ଏହି ବିଧେୟକକୁ ସ୍ବୀକୃତି ଦେଇଥିଲେ । ତେବେ ଏପଟେ ଗତବର୍ଷ ଫେବୃୟାରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ ଯାହାର ପରିମାଣ ଥିଲା ୪୭.୬୫ ଲକ୍ଷ କୋଟି ଟଙ୍କା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe