ମୋ ବାପା କିଏ ଜାଣିଛ? ମୁଁ ତୁମକୁ କିଣିଦେବି: ଏମ୍‌ଏନ୍‌ଏସ୍‌ ନେତାଙ୍କ ପୁଅ

Advertisment

ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ନେତା ଜାଭେଦ ଶେଖଙ୍କ ପୁଅ ରାହିଲ ଜାଭେଦ ଶେଖ ମରାଠୀ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ରାଜଶ୍ରୀ ମୋରେଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ପରେ ମୁମ୍ବାଇର ଆମ୍ବୋଲି ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି।

ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ନେତା ଜାଭେଦ ଶେଖଙ୍କ ପୁଅ ରାହିଲ ଜାଭେଦ ଶେଖ ମରାଠୀ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ରାଜଶ୍ରୀ ମୋରେଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ପରେ ମୁମ୍ବାଇର ଆମ୍ବୋଲି ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି।

New Project

ମୁମ୍ବ‌ାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ନେତା ଜାଭେଦ ଶେଖଙ୍କ ପୁଅ ରାହିଲ ଜାଭେଦ ଶେଖ ମରାଠୀ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ରାଜଶ୍ରୀ ମୋରେଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ପରେ ମୁମ୍ବାଇର ଆମ୍ବୋଲି ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି।

ଗଣମାଧ୍ୟମରେ ନିଜର ମତ ରଖି ରାଜଶ୍ରୀ କୁହନ୍ତି, ‘‘ସେ ନିଜକୁ ଜଣେ ରାଜନେତାଙ୍କ ପୁଅ ବୋଲି କହି ଖୁବ୍‌ ଗର୍ବ କରୁଥିଲେ। ସେ ବାରମ୍ବାର କହୁଥିଲେ ମୁଁ କାହା ପୁଅ ଜାଣିଛ? ଆବଶ୍ୟକ ପଡ଼ିଲେ ମୁଁ ତୁମକୁ କିଣିଦେବି। ସେ ଗୋଟିଏ କଥାକୁ ଦେହରାଇ ଦୋହରାଇ କହୁଥିଲେ କି ତାଙ୍କ ବାପାଙ୍କ ନାଁ ହେଉଛି ଜାଭେଦ ଶେଖ। ଭୁଲ୍‌ କରି ନିଜ ଭୁଲ୍‌ ସ୍ବୀକାର ପରିବର୍ତ୍ତେ ସେ ଓଲଟା କହୁଥିଲେ, ତୁମକୁ କେତେ ଟଙ୍କା ଦରାକାର? ମୁଁ ତୁମକୁ କିଣି ଦେଇପାରିବି।’’

ପୀଡ଼ିତାଙ୍କ କହିବାନୁସାରେ ଗାଡ଼ିକୁ ଧକ୍କା ଦେବା ପରେ ସେ ଦୌଡ଼ି ପଳାଉଥିଲେ। ତାଙ୍କୁ ବହୁ କଷ୍ଟରେ ଧରିବା ପରେ ସେ ପୀଡ଼ିତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜନେତାଙ୍କ ଦୁର୍ଦାନ୍ତ ପୁଅର କଳା କାରନାମା ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଯୁବକ ଜଣକ ମଦ୍ୟପ‌ାନ କରି ଜଣେ ମରାଠୀ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ଗାଡ଼ି ଉପରେ ଗାଡ଼ି ଚଢ଼ାଇ ଦେବା ସହ ଇନ୍‌ଫ୍ଲୁଏନ୍ସରଙ୍କୁ ରାସ୍ତା ମଝିରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ଏବେ ନିଜର ମତ ରଖିଛନ୍ତି ଇନ୍‌ଫ୍ଲୁଏନ୍ସର ଜଣକ। ସେ କହିଛନ୍ତି କି ତାଙ୍କ କାର୍‌କୁ ଅଜଣାତରେ ନୁହେଁ; ବରଂ ଜାଣି ଜାଣି ଟାର୍ଗେଟ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe