ମୋତେ କିଏ ମସ୍‌ଜିଦ୍ ଶିଳାନ୍ୟାସକୁ ଡାକିବେ ବୋଲି ଆପଣଙ୍କର ମନେହେଉଛି?- ଯୋଗୀ ଆଦିତ୍ୟନାଥ

Advertisment
ମେ ୨ ପରେ ଜୀବନର ଭିକ୍ଷା ମାଗିବେ ଟିଏମସିର ଗୁଣ୍ଡା: ଯୋଗୀ ଆଦିତ୍ୟନାଥ

Image Courtesy of The Quint

ଲକ୍ଷ୍ନୌ: ଅଯୋଧ୍ୟାରେ ମସ୍‌ଜିଦ୍ ନିର୍ମାଣ ନିମନ୍ତେ ଏଭଳି ଏକ ଉତ୍ସବ ଆୟୋଜନ ହେଲେ ଯୋଗ ଦେବେ କି, ବୋଲି ବୁଧବାର ଦିନ ରାମ ମନ୍ଦିର ଲାଗି ଭୂମି ପୂଜନ ଶେଷ ହେବାର କିଛି ସମୟ ପରେ ପଚରା ଯିବାରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ, ଆପଣଙ୍କର କ’ଣ ମନେହେଉଛି ଯେ, ମସ୍‌ଜିଦ୍‌ ଶିଳାନ୍ୟାସକୁ ମୋତେ କେହି ଡାକିବେ ବୋଲି? କେହି ମୋତେ ଡାକି ପାରିବେ? ମୋର ମନେହୁଏ ମୋର କୌଣସି ସମସ୍ୟା ନାହିଁ, ସମସ୍ୟା ଅଛି ସେମାନଙ୍କର। ଏଥିପାଇଁ ମୋ ମନରେ କି, ସେମାନଙ୍କ ମନରେ ଦ୍ବିଧା ନାହିଁ। ସେଥିପାଇଁ କାହାରି ମନରେ ଏ ଭଳି ଦ୍ବିଧା ନ ରହିବା ଉଚିତ।

ପରେ ସେ ଏ କଥା ସ୍ପଷ୍ଟ କରିବାକୁ ଯାଇ କହିଲେ, ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ଧର୍ମ, ଜାତି ଓ ସମ୍ପ୍ରଦାୟରେ ବିଭେଦ ବାରନ୍ତି ନାହିଁ, କିନ୍ତୁ ଜଣେ ଯୋଗୀ, ଜଣେ ହିନ୍ଦୁ ଭାବେ ସେ ଏ ଭଳି କାର୍ଯ୍ୟକ୍ରମକୁ ଯିବେ ନାହିଁ। କାରଣ ଆପଣା ଧର୍ମ ପାଳନ ନିମନ୍ତେ ତାଙ୍କର ଅଧିକାର ଅଛି।

publive-image Image Courtesy of The Wire

ଏହାଛଡ଼ା, ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତି ଗ୍ରହଣ କରିଥିବା ସଂଖ୍ୟାଲଘୁ ପକ୍ଷର ଇକ୍‌ବାଲ୍ ଅନ୍‌ସାରିଙ୍କୁ ପ୍ରଶଂସା କରି ଯୋଗୀ କହିଲେ, ଲୋକେ ତାଙ୍କ ଠାରୁ ପ୍ରେରଣା ନେବା ଉଚିତ। ସେ ପାରୁପର୍ଯ୍ୟନ୍ତ ମାମଲା ଲଢ଼ିଲେ କିନ୍ତୁ, ଅଦାଲତଙ୍କ ନିଷ୍ପତ୍ତିକୁ ମଧ୍ୟ ଗ୍ରହଣ କଲେ। ଏହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରତିଫଳନ ଯେ, ଜଣେ ମୁସଲମାନ ହିସାବରେ ମାମଲା ଲଢ଼ିବା ସମୟରେ ସେ ଅଯୋଧ୍ୟାରେ ନିରାପଦ ମଣୁଥିଲେ। ମନ୍ଦିର ପାଇଁ ମାମଲା ଲଢୁଥିବା ଜଣେ ହିନ୍ଦୁ ପାକିସ୍ତାନ କି, ଆଫଗାନିସ୍ଥାନରେ ନିରାପଦ ମଣିବ କି?

ସେ ଆହୁରି କହିଲେ କି, ଭେଜାଲ ଧର୍ମନିରପେକ୍ଷତା ଦେଶରେ ଆତଙ୍କବାଦ, ଦଙ୍ଗା ଏବଂ ନକ୍ସଲବାଦର ମୂଳାଧାର ହୋଇଛି ଏବଂ ହିନ୍ଦୁମାନଙ୍କୁ ବିରୋଧ କରୁଛି। ମନ୍ଦିର ଆନ୍ଦୋଳନ ଭେଜାଲ ଧର୍ମନିରପେକ୍ଷତାର ମୁଖା ଖୋଲି ଦେଇଛି। ରାମ ମନ୍ଦିର ବିବାଦ ଦୀର୍ଘ ଦିନ ପଡ଼ି ରହିବା ଲାଗି କଂଗ୍ରେସକୁ ଦାୟୀ କରି ଯୋଗୀ କହିଲେ, ନିର୍ବାଚନ ସମୟରେ ସେମାନେ ମନ୍ଦିରକୁ ଧାଆଁନ୍ତି, କିନ୍ତୁ ଅନ୍ୟ ସମୟରେ ହିନ୍ଦୁମାନଙ୍କୁ ଅଭିଶାପ ଦିଅନ୍ତି। ଏଇଟା ମନ୍ଦିର ମାମଲା ନୁହେଁ, ଜନ୍ମମାଟି ମାମଲା ଯେଉଁଠି ପ୍ରଭୁ ରାମ ହିଁ ରହିବେ। ମାମଲା ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଉପରେ ଚାଲିଥିଲା ଏବଂ ଆମେ ସେ ସ୍ଥାନ ଚାହୁଁଥିଲୁ। କଂଗ୍ରେସ ତାହା ନ ଚାହିଁ ବିବାର ଫାଇଦା ଉଠାଉଥିଲା।

ଜଣେ ନିଜର ଧର୍ମ ପରିବର୍ତ୍ତନ କରିପାରେ କିନ୍ତୁ, ପୂର୍ବଜଙ୍କୁ ପରିବର୍ତ୍ତନ କରି ନ ପାରେ। ମୁସଲମାନ ବହୁଳ ଇଣ୍ଡୋନେସିଆବାସୀଙ୍କ କଥା ଦେଖନ୍ତୁ। ସେମାନ‌େ ପ୍ରତିବର୍ଷ ଅଯୋଧ୍ୟା ଦୀପୋତ୍ସବ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ ମଧ୍ୟ। ପଚାରିଲେ ସେମାନେ କହନ୍ତି, ସେମାନେ ଯେଉଁ ଧର୍ମ ପାଳନ୍ତୁ ନା କାର୍ହିକି, ପୂର୍ବଜଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe