ଲକ୍ଷ୍ନୌ : ୟୁପିର ମୁଜାଫରନଗର ଜିଲ୍ଲାର ମିରାନପୁର ସହରରେ ଜଣେ ଡାକ୍ତର ଆଜି ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। କାଇଥୋରା ଗ୍ରାମର ଉକ୍ତ ପୀଡ଼ିତା ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ, ଡାକ୍ତର ତାଙ୍କୁ ପୂରା ଗୋଟିଏ ବର୍ଷ ପର୍ଯ୍ୟନ୍ତ ବାରମ୍ବାର ଦୁଷ୍କର୍ମ କରିଥିଲେ। ସମ୍ପୃକ୍ତ ଘଟଣାର ଭିଡିଓ ରେକର୍ଡ କରାଇ ସେ ତାଙ୍କୁ କାହା ଆଗରେ ପାଟି ନଖୋଲିବାପାଇଁ ବ୍ଲାକମେଲ୍ କରିଥିଲେ। ପାଟି ଖୋଲିଦେଲେ ସେ ରେକର୍ଡିଂ କରିଥିବା ଭିଡିଓଟିକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରିଦେବେ ବୋଲି ଧମକ ଦେଇଥିଲେ।
ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ
Advertisment
Follow Us