image source--East ldho news
ଗୌହାଟୀ: କୋଭିଡ୍-୧୯ ଚିକିତ୍ସା ପାଇଁ ଆସାମ୍ର ଜଣେ ଡାକ୍ତର ମ୍ୟାଲେରିଆ ଔଷଧ ଖାଇ ପ୍ରାଣ ହରାଇଛନ୍ତି। ଗୌହାଟୀର ଏକ ଘରୋଇ ହସ୍ପିଟାଲ୍ର ଏହି ଡାକ୍ତରଙ୍କ ନାମ ଉତ୍ପଳଜିତ ବର୍ମନ୍। ୪୪ ବର୍ଷୀୟ ଡାକ୍ତର ବର୍ମନ୍ କରୋନାରୁ ବର୍ତ୍ତିବାପାଇଁ ନିଜେ ହାଇଡ୍ରୋକ୍ଲୋରକ୍ବିନ୍ ନେଇଥିଲେ। ତେବେ ଗତକାଲି ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି। ତେବେ ହାଇଡ୍ରୋକ୍ଲୋରକ୍ବିନ୍ ପାଇଁ ଡାକ୍ତର ବର୍ମନ୍ଙ୍କ ମୃତ୍ୟୁ ହୋଇଛି କି ନା' ତାହା ସ୍ପଷ୍ଟ ଜଣାପଡ଼ିନି। ସେ କେତେ ପରିମାଣାର ହାଇଡ୍ରୋକ୍ଲୋରକ୍ବିନ୍ ନେଇଛନ୍ତି ତାହା ମଧ୍ୟ ସ୍ପଷ୍ଟ ଜଣାପଡ଼ିନାହିଁ। କରୋନା ପାଇଁ ଆଗୁଆ ସତର୍କତା ଅବଲମ୍ବନ କରି ଡାକ୍ତର ଜଣଙ୍କ ହାଇଡ୍ରୋକ୍ଲୋରକ୍ବିନ୍ ଖାଇଥିବା ଜଣାପଡ଼ିଛି।
Follow Us