ଭେଣ୍ଟିଲେଟରରେ ଥାଇ ସନ୍ତାନକୁ ଜନ୍ମ ଦେବା ପରେ ପରପାରିକୁ ଚାଲିଗଲେ କରୋନା ଯୋଦ୍ଧା

Advertisment
ଭେଣ୍ଟିଲେଟରରେ ଥାଇ ସନ୍ତାନକୁ ଜନ୍ମ ଦେବା ପରେ ପରପାରିକୁ ଚାଲିଗଲେ କରୋନା ଯୋଦ୍ଧା

ଲକ୍ଷ୍ମୌ: ଗତ ରବିବାର ରାତିରେ ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ ଲକ୍ଷ୍ମୌର ରାମ ମନୋହର ଲୋହିୟା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଆରଏମଏଲଆଇଏମଏସ)ର ୩୧ବର୍ଷର ଜଣେ ଡାକ୍ତର ସାରଦା ସୁମନଙ୍କ ମୃତ୍ୟୁ ହୋଇଯାଇଛି। ସେ କରୋନାରେ ସଂକ୍ରମିତ ହୋଇ ଗତ ୧୪୦ଦିନ ହେବ ଭେଣ୍ଟିଲେଟରରେ ରହିଥିଲେ।

କରୋନାରେ ସଂକ୍ରମିତ ହେବା ପରେ ଡାକ୍ତର ସାରଦା ସୁମନଙ୍କ ଫୁସଫୁସ ଖରାପ ହୋଇଯାଇଥିଲା। ସେଥିପାଇଁ ଦିନକୁ ଦିନ ତାଙ୍କ ଶରୀର ଖରାପ ହେବାକୁ ଲାଗିଥିଲା। ସରଦା ସୁମନଙ୍କ ଫୁସଫୁସ ପ୍ରତିରୋପଣ ହେବାର ଥିଲା।  ଡାକ୍ତରମାନେ ଅପେକ୍ଷା କରିଥିଲେ ଯେ ଯଦି ଜଣେ ଫୁସଫୁସ ଦାତା ମିଳନ୍ତି ତେବେ ସାରଦାଙ୍କ ଜୀବନ ରକ୍ଷା ହୋଇପାରିବ, କିନ୍ତୁ କୌଣସି ଫୁସଫୁସ ଦାତା ନମିଳିବାରୁ ସାରଦାଙ୍କ ଜୀବନ ବଞ୍ଚା ଯାଇ ପାରିଲା ନାହିଁ।  ସାରଦାଙ୍କ ପରିବାର ନିଜେ ହାଇଦ୍ରାବାଦରେ ତାଙ୍କର ଶେଷ ରୀତିନୀତି ଶେଷ କରିଥିଲେ।

Covid patients in a hospital

ସାରଦାଙ୍କ ମୃତ୍ୟୁ ପରେ ଘରେ ତାଙ୍କ ସ୍ୱାମୀ ଏବଂ ୫ ମାସର ଶିଶୁ ଅଛନ୍ତି। ଲକ୍ଷ୍ମୌର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ କାର୍ଯ୍ୟ କରୁଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସାରଦା ସୁମନ ଚଳିତ ବର୍ଷ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ।  ଡାକ୍ତରଖାନାରେ ଡ୍ୟୁଟି କରୁଥିବାବେଳେ ସାରଦା କରୋନା ସଂକ୍ରମିତ ହେବା ପରେ ଏପ୍ରିଲ ୧୪ରେ ତାଙ୍କୁ ଡାକ୍ତରଖାନାର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ସେତେବେଳେ ସାରଦା ଆଠ ମାସର ଗର୍ଭବତୀ ଥିଲେ । ଚିକିତ୍ସା ସମୟରେ ତାଙ୍କ ଅବସ୍ଥାରେ କୌଣସି ପ୍ରକାର ଉନ୍ନତି ହୋଇ ନଥିଲା । ଏବଂ ଧୀରେ ଧୀରେ ସଂକ୍ରମଣ ତାଙ୍କ ଫୁସଫୁସରେ ପହଞ୍ଚିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଶିଶୁର ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ଅସ୍ତ୍ରୋପଚାର କରି ଶିଶୁଟିକୁ ଜନ୍ମ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe