ପରିବାରକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ କାରକୁ ନିଜ ଘର କରିଛନ୍ତି କରୋନା ଡ୍ୟୁଟିରେ ଥିବା ଡାକ୍ତର

Advertisment
ପରିବାରକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ କାରକୁ ନିଜ ଘର କରିଛନ୍ତି କରୋନା ଡ୍ୟୁଟିରେ ଥିବା ଡାକ୍ତର

indiatoday

ଭୋପାଲ : ସମଗ୍ର ଦେଶରେ କରୋନାଭାଇରସ୍ ବିରୋଧରେ ଆଗ ଧାଡିରେ ଠିଆ ହୋଇ ଲଢେଇ କରୁଥିବା ଅନେକ ଡାକ୍ତରଙ୍କ କାହାଣୀ ପୂର୍ବରୁ ସାମ୍ନାକୁ ଆସିଛି | କିଏ ଲୋକଙ୍କ ସେବା କରି କରି ନିଜ ଜୀବନକୁ ବାଜି ଲଗାଇଦେଇଛି ତ କିଏ ରୋଗୀଙ୍କ ଚିକିତ୍ସା ପାଇଁ ନିଜ ପରିବାରକୁ ଭୁଲିଯାଇଛି | ଆଜି ଆମେ ସେହିଭଳି ଜଣେ ଯୋଦ୍ଧାଙ୍କ କଥା ଆପଣଙ୍କୁ ଜଣାଇବୁ | ଭୋପାଲରେ ଜେପି ହସ୍ପିଟାଲରେ କାମ କରୁଥିବା ଡାକ୍ତର ସଚିନ ନାୟକ ନିଜର ଡାକ୍ତରୀ ଧର୍ମ ନିଭାଇବା ପାଇଁ ପରିବାରଠାରୁ ନିଜକୁ ଦୂରେଇ ଦେଇଥିବା ଜଣା ପଡିଛି | କରୋନା ରୋଗୀଙ୍କ ଚିକିତ୍ସା କରୁଥିବାରୁ ସେ ଘରକୁ ନଯାଇ ନିଜ କାର ଭିତରେ ରହିବା ଆରମ୍ଭ କରିଛନ୍ତି |

ଆଜିକାଲି ସେ ହସ୍ପିଟାଲରେ କାମ ଶେଷ କରିବା ପରେ ତାଙ୍କ ଘରକୁ ନଯାଇ ଆଗାମୀ କିଛି ଦିନ ପାଇଁ ତାଙ୍କ କାରକୁ ତାଙ୍କ ଘର କରିଛନ୍ତି। ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ପତ୍ନୀ ଏବଂ ପିଲାଙ୍କୁ ରକ୍ଷା କରିବା ପାଇଁ ସେ ନିଜ କାର ଭିତରେ ରହିବା ଆରମ୍ଭ କରିଛନ୍ତି । କାମ ସାରିବା ପରେ ଡାକ୍ତର ସଚିନ ତାଙ୍କ କାରରେ ରୁହନ୍ତି, ଯାହାକୁ ସେ ହସ୍ପିଟାଲ ନିକଟରେ ପାର୍କିଂ କରିଛନ୍ତି | କାରରେ ସେ ନିଜର ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଏବଂ ବହିଗୁଡ଼ିକୁ ଷ୍ଟକ୍ କରିରଖିଛନ୍ତି | ଖାଲି ସମୟରେ ସେ ବହି ପଢିବା ସହ ପରିବାର ଲୋକଙ୍କ ସହ ଫୋନ୍ କିମ୍ବା ଭିଡିଓ କଲରେ କଥା ହୋଇଥାନ୍ତି। ପ୍ରାୟ ଏକ ସପ୍ତାହ ଧରି ସେ ଏହା କରିଆସୁଥିବା ଜଣା ପଡିଛି।

Coronavirus: Top Chinese medics offer tips for Indian doctors ... The Economic Times

ତାଙ୍କ କହିବା ମୁତାବକ, ଯେତେବେଳେ ଭୋପାଳରେ କରୋନାଭାଇରସ୍ ସଂକ୍ରମଣ ଆରମ୍ଭ ହେଲା, ମୁଁ ଏତେ ଭୟଭୀତ ନଥିଲି | କିନ୍ତୁ ଗତ କିଛି ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ଦେଖି ମୁଁ କାରରେ ରହିବାକୁ ନିଷ୍ପତ୍ତି ନେଇଥିଲି | ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଡାକ୍ତର ନାୟକଙ୍କ ପ୍ରଶଂସା କରିଥିବା ଦେଖାଯାଇଛି |

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଟ୍ୱିଟରେ ଲେଖିଛନ୍ତି, ମୁଁ ଏବଂ ସମଗ୍ର ମଧ୍ୟପ୍ରଦେଶ ତୁମ ପରି ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଉଛି, ଯେଉଁମାନେ କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି। ଯଦି ଆମେ ସମସ୍ତେ ଏହି ସଂକଳ୍ପ ସହିତ ଯୁଦ୍ଧ ଜାରି ରଖିବା, ତେବେ ଆମେ ଏହି ମହାନ ଯୁଦ୍ଧକୁ ଶୀଘ୍ର ଜିତିବାରେ ସମର୍ଥ ହେବା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe