ସ୍ବେଚ୍ଛାକୃତ ଅବସର ନେଲେ ଡାକ୍ତର ରଣଦୀପ ଗୁଲେରିଆ

ସ୍ବେଚ୍ଛାକୃତ ଅବସର ନେଲେ ଡାକ୍ତର ରଣଦୀପ ଗୁଲେରିଆ

The Economic Times

ନୂଆଦିଲ୍ଲୀ : ପୂର୍ବତନ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଆଜି ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ଏମ୍ସ‌ରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେବା ପ୍ରଦାନ କରିଥିବା ଗୁଲେରିଆଙ୍କ ସା‌ଢ଼େ ୫ ବର୍ଷର ନିର୍ଦ୍ଦେଶକ କାର୍ଯ୍ୟକାଳ ଗତ ସେପ୍ଟେମ୍ବର ୨୩ରେ ଶେଷ ହେବାପରେ ଗୁଲେରିଆ ଭିଆରଏସ୍‌ ପାଇଁ ଆବେଦନ କରିଥିଲେ। ଗୁଲେରିଆଙ୍କ ଭିଆରଏସ୍‌କୁ ସ୍ବୀକୃତି ମିଳିଛି। କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ସରକାର ଗଠନ କରିଥିବା ଟିମ୍‌ରେ ଗୁଲେରିଆ ଜଣେ ପ୍ରମୁଖ ସଦସ୍ୟ ଥିଲେ। ମହାମାରୀକୁ ନେଇ ସେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ ପ୍ରମୁଖ ଭୂମିକା ନିର୍ବା‌ହ କରିଥିଲେ। ୧୯୯୨ରେ ଡାକ୍ତର ଗୁଲେରିଆ ଏମ୍ସର ମେଡିସିନ ବିଭାଗରେ ଜଣେ ସହକାରୀ ପ୍ରଫେସର ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe