ଚେନ୍ନାଇ ଡାକ୍ତରଖାନାରେ ଡାକ୍ତରଙ୍କୁ ରୋଗୀଙ୍କ ପୁଅର ଛୁରାମାଡ଼

Advertisment

ଚେନ୍ନାଇର ଏକ ସରକାରୀ ହସ୍ପିଟାଲର ଜଣେ ଡାକ୍ତରଙ୍କୁ ବୁଧବାର ଜଣେ ପୂର୍ବତନ ରୋଗୀଙ୍କ ପୁଅ ଛୁରାମାଡ଼ କରିଛନ୍ତି। ଆକ୍ରମଣରେ ଡାକ୍ତର ବାଲାଜୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଚେନ୍ନାଇର ଏକ ସରକାରୀ ହସ୍ପିଟାଲର ଜଣେ ଡାକ୍ତରଙ୍କୁ ବୁଧବାର ଜଣେ ପୂର୍ବତନ ରୋଗୀଙ୍କ ପୁଅ ଛୁରାମାଡ଼ କରିଛନ୍ତି। ଆକ୍ରମଣରେ ଡାକ୍ତର ବାଲାଜୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

sfsfsfrrr

ଚେନ୍ନାଇ: ଚେନ୍ନାଇର ଏକ ସରକାରୀ ହସ୍ପିଟାଲର ଜଣେ ଡାକ୍ତରଙ୍କୁ ବୁଧବାର ଜଣେ ପୂର୍ବତନ ରୋଗୀଙ୍କ ପୁଅ ଛୁରାମାଡ଼ କରିଛନ୍ତି। ଆକ୍ରମଣରେ ଡାକ୍ତର ବାଲାଜୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଚେନ୍ନାଇ ବାସିନ୍ଦା ବିଘ୍ନେଶଙ୍କୁ ଗିରଫ କରାଯାଇଛି। ତାଙ୍କ ମା ଜଣେ କର୍କଟ ରୋଗୀ ଯିଏ ପୂର୍ବରୁ ଏହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘରୋଇ ଡାକ୍ତରଖାନାର ଡାକ୍ତରମାନେ ତାଙ୍କୁ ଭୁଲ୍ ସୂଚନା ଦେଇ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଛି। ରବିବାର ବିଘ୍ନେଶ କଲାଇନାର ଶତବାର୍ଷିକୀ ହସ୍ପିଟାଲର କର୍କଟ ୱାର୍ଡକୁ ଯାଇ ଡାକ୍ତର ବାଲାଜୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ବିଘ୍ନେଶ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଗିରଫ କରି ପୁଲିସକୁ ହସ୍ତାନ୍ତର କରାଯାଇଥିଲା। 

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଆହତ ଡାକ୍ତରଙ୍କୁ ଆବଶ୍ୟକ ଚିକିତ୍ସା ସହ ଘଟଣାର ବିସ୍ତୃତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଡାକ୍ତରଙ୍କ ଉପରେ ଆକ୍ରମଣରେ ନିଷ୍କ୍ରିୟତା ଅଭିଯୋଗ ଆଣି ଡିଏମ୍‌କେ ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇ। ସେ କହିଛନ୍ତି, ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀଙ୍କୁ ଅନେକ ଥର ଆକ୍ରମଣ କରାଯାଇଥିଲେ ମଧ୍ୟ ଡିଏମ୍‌କେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ପ୍ରତିଥର ଏଭଳି ଅପ୍ରୀତିକର ଘଟଣା ଘଟିଲେ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ଥିବା ମୁଖ୍ୟମନ୍ତ୍ରୀ କହନ୍ତି, ସରକାର କାର୍ଯ୍ୟାନୁଷ୍ଠାନ ନେବେ, କିନ୍ତୁ କିଛି କରନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe