ଦିଲ୍ଲୀ ଏମ୍ସରେ ଡାକ୍ତରଙ୍କ ଆତ୍ମହତ୍ୟା, ୨ ମାସରେ ପଞ୍ଚମ ଘଟଣା

Advertisment
ଦିଲ୍ଲୀ ଏମ୍‌ସରେ ଆରମ୍ଭ ହେବ ‘ଲାଇଭ୍‌ ଲିଭର ଡୋନର୍‌ ପ୍ରତିରୋପଣ’

eHealth Magazine - Elets Technomedia

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ପୁଣି ଜଣେ ଡାକ୍ତର ଆତ୍ମହତ୍ୟା କରିଦେଇଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ହଷ୍ଟେଲ୍‌ ଛାତରୁ ଡେଇଁପଡ଼ି ଆତ୍ମହତ୍ୟା କରିଦେଇଛନ୍ତି। ପୁଲିସ ପକ୍ଷରୁ ଆଜି ଏନେଇ ଏକ ବିବୃତି ଜାରି କରି କୁହାଯାଇଛି ଯେ, ହଷ୍ଟେଲ୍‌ ଛାତରୁ କେହି ଜଣେ ଡେଇଁ ପଡ଼ିଥିବା ଜଣାପଡ଼ିବା ପରେ ଏକ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଙ୍ଗେସଙ୍ଗେ ଆହତ ବ୍ୟକ୍ତିଙ୍କୁ ଟ୍ରମା ସେଣ୍ଟର୍‌କୁ ଚିକିତ୍ସା ପାଇଁ ପଠାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ ପକ୍ଷରୁ ମୃତକଙ୍କୁ ବିକାଶ ବୋଲି ଚିହ୍ନଟ କରାଯାଇଛି। ବିକାଶ ହେଉଛନ୍ତି ୨୦୧୮ ବ୍ୟାଚ୍‌ର ଜଣେ ୨୨ ବର୍ଷୀୟ ମେଡିକାଲ୍‌ ଛାତ୍ର ଏବଂ ‌ସେ ବେଙ୍ଗାଲୁରୁର ସ୍ଥାୟୀ ବାସିନ୍ଦା। ପୁଲିସ ଅନୁଯାୟୀ ଡାକ୍ତର ଜଣଙ୍କର ପୂର୍ବରୁ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଥିଲା ଏବଂ ସେ ସାଇକିଆଟ୍ରି ୱାର୍ଡ‌୍‌ରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସୁସ୍ଥ ହେବାପରେ ସେ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ। ଆଜି ମଧ୍ୟ ସେ ଡ୍ୟୁଟିରେ ଥିଲେ।

୧ ଘଣ୍ଟା ପାଇଁ ସେ ୱାର୍ଡ‌୍‌ରୁ ବିରତି ନେଇଥିଲେ । ତେବେ ଏହି ସମୟରେ ସେ ହଷ୍ଟେଲ୍‌କୁ ଆସି ଛାତ ଉପରୁ ତଳକୁ ଡେଇଁ ପଡ଼ିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଛି। ତେବେ ଗତ ୨ ମାସ ମଧ୍ୟରେ ଏହା ପଞ୍ଚମ ଘଟଣା। ଜୁଲାଇ ୧୭ରେ ଜଣେ ୩୨ ବର୍ଷୀୟ ବ୍ୟକ୍ତି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ସମୟରେ ହସ୍ପିଟାଲ୍‌ ଏମର୍ଜେନ୍ସି ୱିଙ୍ଗ୍‌ର ବାଥରୁମ୍‌ରେ ତାଙ୍କର ମୃତଦେହ ମିଳିଥିଲା। ଜୁଲାଇ ୧୦ରେ ଜଣେ କନିଷ୍ଠ ଡାକ୍ତର ଏମ୍ସର ୧୦ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ। ସେହିପରି ଜୁଲାଇ ୬ରେ ଜଣେ ୩୭ ବର୍ଷୀୟ ସାମ୍ବାଦିକ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ସମୟରେ ହସ୍ପିଟାଲ୍‌ର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହାର ଏକ ମାସ ପୂର୍ବରୁ ଜୁନ୍‌ ୫ ତାରିଖରେ ଜଣେ ୨୨ ବର୍ଷୀୟ ବ୍ୟକ୍ତି ଏମ୍ସର ଦ୍ବିତୀୟ ମହଲା ପାହାଚ ରେଲିଂରେ ଝୁଲି ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe