ଅମିତ ଶାହାଙ୍କ ଠାରୁ ସୁରକ୍ଷା ପ୍ରତିଶ୍ରୁତି ପାଇବା ପରେ ପ୍ରତିବାଦ ପ୍ରତ୍ୟାହାର କଲେ ଆଇଏମ୍ଏ ଡାକ୍ତର

ଅମିତ ଶାହାଙ୍କ ଠାରୁ ସୁରକ୍ଷା ପ୍ରତିଶ୍ରୁତି ପାଇବା ପରେ ପ୍ରତିବାଦ ପ୍ରତ୍ୟାହାର କଲେ ଆଇଏମ୍ଏ ଡାକ୍ତର

Image Source: India Today

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ସହ ଭିଡିଓ କନ୍‌ଫରେନ୍ସ କରିବା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍‌ର ଡାକ୍ତରମାନେ ଦୁଇ ଦିନ ହେବ ଚଳାଇଥିବା ପ୍ରତିବାଦ ପ୍ରତ୍ୟାହାର କରି ନେଇଛନ୍ତି।

ଜୀବନକୁ ବାଜି ଲଗାଇ ଡାକ୍ତରମାନେ କରୋନାଭାଇରସ୍ ମହାମାରୀ ସହ ଲଢୁଥିବା ବେଳେ ଜନତାଙ୍କ ଆକ୍ରମଣର ଶରବ୍ୟ ହେଉଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିମନ୍ତେ ତୁରନ୍ତ ଆଇନ ପ୍ରଣୟନ କରିବାକୁ ସେମାନେ ପ୍ରତିବାଦ ଚଳାଇ ଥିଲେ। ସରକାର କୌଣସି ପଦକ୍ଷେପ ଗ୍ରହଣ ନ କଲେ ଡାକ୍ତରମାନେ କଳାଦିବସ ପାଳନପୂର୍ବକ ଏପ୍ରିଲ୍ ୨୩ ତାରିଖ ଠାରୁ କଳା ବ୍ୟାଚ୍ ପିନ୍ଧି କାମ କରିବେ ବୋଲି ଆଇଏମ୍ଏ ଧମକ ଦେଇଥିଲା।

ଆଜି ଭିଡିଓ କନ୍‌ଫରେନ୍ସରେ ଗୃହମନ୍ତ୍ରୀ ଅମିତ ଶାହା କରୋନାଭାଇରସ୍ ସଂଗ୍ରାମରେ ଡାକ୍ତରମାନଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରି କହିଥିଲେ କି, ଆପଣମାନେ ଉତ୍ତମ କାର୍ଯ୍ୟ କରୁଛନ୍ତି, ଆମେ ଆପଣମାନଙ୍କ ନିରାପତ୍ତା ବାବଦରେ ନିଶ୍ଚିତ ହେବୁ। ଟୁଇଟ୍ କରି ଅମିତ ଶାହା ଆହୁରି କହିଛନ୍ତି ଯେ କର୍ମସ୍ଥଳୀରେ ଆମ ଡାକ୍ତରମାନଙ୍କ ନିରାପତ୍ତା ଓ ସମ୍ମାନ ସହ ସାଲିସ କରିହେବନାହିଁ। ସବୁସମୟରେ ସେମାନଙ୍କ ପ୍ରତି ସମ୍ମାନଜନକ ବାତାବରଣ ପ୍ରତି ନିଶ୍ଚିତ ହେବା ଆମର ମିଳିତ ଦାୟିତ୍ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe