ABC News
କୋଲକାତା: ମହାମାରୀ କରୋନା ବିରୋଧୀ ଲଢ଼େଇର ପ୍ରଥମ ଯୋଦ୍ଧା ହେଉଛନ୍ତି ଡାକ୍ତର। ହେଲେ ଡାକ୍ତର ବି ଅମାନବୀୟତାର ଶିକାର ହେଉଛନ୍ତି। ମହାନଗରର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ତାଙ୍କ ପରିବାର ସଦସ୍ୟ ଶୋକରେ ଥିବାବେବେଳେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ବିଲ୍ ବାବଦକୁ ୧୯ ଲକ୍ଷ ଟଙ୍କା ଦାବି କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଆୟୋଗ ଏହି ମାମଲାରେ ହସ୍ତକ୍ଷେପ କରି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ବିଲ୍ର ପୁନଃ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ଡାକ୍ତର ହେଲେ ଉତ୍ତର ୨୪ ପ୍ରଗଣା ଜିଲ୍ଲା ଶ୍ୟାମନଗରର ପ୍ରଦୀପ ଭଟ୍ଟାଚାର୍ଯ୍ୟ। କରୋନାରେ ସଂକ୍ରମିତ ହୋଇଥିବା ଚିକିତ୍ସା ପାଇଁଏଖ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ତତ୍କ୍ଷଣାତ୍ ତାଙ୍କ ଚିକିତ୍ସା ବାବଦ ୧୯ ଲକ୍ଷ ଟଙ୍କା ବିଲ୍ ଭରିବାକୁ ତାଙ୍କ ପରିବାର ଲୋକଙ୍କୁ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା।
ରାଜ୍ୟର ବିଭିନ୍ନ ଚିକିତ୍ସକ ସଂଗଠନ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ନିଜ ଜୀବନକୁ ବାଜି ଲଗାଇ ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଅଥଚ ଜଣେ ଲୋକପ୍ରିୟ ଡାକ୍ତରଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର ଆଦୌ ଶୋଭନୀୟ ନୁହେଁ। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିଜେ ସ୍ବାସ୍ଥ୍ୟ ଆୟୋଗ ଅଧ୍ୟକ୍ଷ ଅସୀମ କୁମାର ପାଲ୍ ଚିକିତ୍ସା ବିଲ୍ର ସବିଶେଷ ତଥ୍ୟ ଜଣାଇବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us