photo-ndtv
ନୂଆଦିଲ୍ଲୀ:ବିହାରରେ ଏବେ ଚମକୀ ଜ୍ୱରର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ତେଣୁ କେରଳରେ ନିପାହ ଓ ଓଡ଼ିଶାରେ ଜଣ୍ଡିସ ଭଳି ରୋଗ ଯୋଗୁଁ ଲୋକଙ୍କର ପ୍ରାଣହାନି ଖବର ବି ଚର୍ଚ୍ଚାରେ ରହିଛି। ଏଭଳି ସମୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟ ପାଇଁ ସରକାର ଜଣେ ଲୋକ ପିଛା ମାତ୍ର ୩ ଟଙ୍କା ଖର୍ଚ୍ଚ କରୁଛନ୍ତି। ଭାରତ ସରକାର ନିଜର ମୋଟ୍ ଡିଜିପିର ୧.୩୨ ପ୍ରତିଶତ ଅଂଶ କେବଳ ସ୍ୱାସ୍ଥ୍ୟ ବାବଦରେ ଖର୍ଚ୍ଚ କରୁଛନ୍ତି। ଅପରପକ୍ଷରେ ମାଳଦ୍ୱୀପ ନିଜର ଡିଜିପର ପ୍ରାୟ ୯.୪ ପ୍ରତିଶତ ଅଂଶ ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚ କରୁଛନ୍ତି। ଠିକ୍ ସେହିପରି ଥାଇଲାଣ୍ଡରେ ୨.୯ ପ୍ରତିଶତ,ଭୁଟାନରେ ୨.୫ ପ୍ରତିଶତ.ସିଙ୍ଗାପୁର ୨.୫ ପ୍ରତିଶତ ଏବଂ ଶ୍ରୀଲଙ୍କାରେ ୧.୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥାନ୍ତି ବୋଲି କୁହାଯାଉଛି।
photo-_live hindustanଦେଶରେ ଏବେ ମାତ୍ର ୧୧.୪୯ଲକ୍ଷ ସରକାରୀ ଡାକ୍ତର ଅଛନ୍ତି। ଦେଖିବାକୁ ଗଲେ ୧୧ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର ଏବେ ନିୟୋଜିତ ଥିବା ଜଣାଯାଇଛି। ତେବେ ବିହାରରେ ୨୮,୩୯୧ ଜଣ ଲୋକଙ୍କ ପାଇଁ ଜଣେ ସରକାରୀ ଡାକ୍ତର ଥିବା କୁହାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ଅନୁସାରେ ଏକ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର ହେବା ଆବଶ୍ୟକ।
Follow Us