ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନ: ଆଲୋଚନା ବିଫଳ, ଡାକ୍ତରଙ୍କ ସ‌ାମୂହିକ ଇସ୍ତଫା ଜାରି

Advertisment

ପଶ୍ଚିମବଙ୍ଗରେ ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ କୋଲକାତାରେ ଚାଲିଥିବା କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସରକାରୀ ଚିକିତ୍ସା ଅନୁଷ୍ଠାନର ଅଧିକ ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେବା ପରେ ଆଜି...

ପଶ୍ଚିମବଙ୍ଗରେ ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ କୋଲକାତାରେ ଚାଲିଥିବା କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସରକାରୀ ଚିକିତ୍ସା ଅନୁଷ୍ଠାନର ଅଧିକ ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେବା ପରେ ଆଜି...

sfhfsfhsfhsfh

କୋଲକାତା: ପଶ୍ଚିମବଙ୍ଗରେ ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ କୋଲକାତାରେ ଚାଲିଥିବା କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସରକାରୀ ଚିକିତ୍ସା ଅନୁଷ୍ଠାନର ଅଧିକ ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେବା ପରେ ଆଜି ଡାକ୍ତରମାନଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ଅନ୍ୟପକ୍ଷରେ ବିଳମ୍ବିତ ରାତିରେ ରାଜ୍ୟ ସରକାର ଓ କନିଷ୍ଠ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ବୈଠକରେ ସମସ୍ୟାର ସମାଧାନ ହୋଇପାରିନାହିଁ। ବୁଧବାର ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ସ୍ୱାସ୍ଥ୍ୟ ଭବନରେ ରାଜ୍ୟ ଟାସ୍କଫୋର୍ସ ସହ ଆଲୋଚନା ପାଇଁ ୮ରୁ ୧୦ ଜଣ କନିଷ୍ଠ ଡାକ୍ତରଙ୍କ ଏକ ପ୍ରତିନିଧି ଦଳକୁ ନିମନ୍ତ୍ରଣ କରିଥିଲେ। ସନ୍ଧ୍ୟା ୭ଟା ୪୫ରେ ଆରମ୍ଭ ହେବାକୁ ଥିବା ଏହି ବୈଠକ ରାତି ୯ଟା ୪୫ରେ ଆରମ୍ଭ ହୋଇଥିଲା।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୯ ଜଣ କନିଷ୍ଠ ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ଯୋଗଦେଇଥିବା ବେଳେ ରାଜ୍ୟ ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ନିକଟରେ ଗଠିତ ରାଜ୍ୟସ୍ତରୀୟ ଅଭିଯୋଗ ନିବାରଣ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ହେଲେ ଆନ୍ଦୋଳନରତ କନିଷ୍ଠ ଡାକ୍ତର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ତିକ୍ତତା ଭାଙ୍ଗିପାରି ନ ଥିଲା। ବୈଠକ ପରେ ଜଣେ କନିଷ୍ଠ ଡାକ୍ତର ଦେବାଶିଷ ହାଲଦାର ଗଣମାଧ୍ୟମକୁ କହିଛନ୍ତି, ଆମେ ସମ୍ପୂର୍ଣ୍ଣ ନିରାଶ ହୋଇଛୁ। କିଛି ମୌଖିକ ପ୍ରତିଶ୍ରୁତି ବ୍ୟତୀତ ଆମେ ଏହି ବୈଠକରୁ କିଛି ପାଇନାହୁଁ। ଆମେ ସରକାରଙ୍କୁ ଅନୁରୋଧ କରିଥିଲୁ, କିଛି ନିର୍ଦ୍ଦେଶନାମା ଜାରି କରନ୍ତୁ କିମ୍ବା ଆମର ଦାବି କେବେ ପୂରଣ ହେବ ସେ ବିଷୟରେ ଆମକୁ ଏକ ସମୟସୀମା ଦିଅନ୍ତୁ। ସେମାନେ ମନା କରିଦେଲେ। ସରକାର କେବଳ ଚାହୁଥିଲେ  ଅନଶନ ପ୍ରତ୍ୟାହାର ହେଉ। ଆମର ସହକର୍ମୀମାନେ ପ୍ରାୟ ୧୦୦ ଘଣ୍ଟା ଧରି ଅନଶନରେ ଅଛନ୍ତି। ତେବେ ପୂଜା ପରେ ଆକଳନ କରାଯିବ ବୋଲି ସରକାର କହିଛନ୍ତି। ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ସମ୍ବେଦନହୀନ ମନୋଭାବ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପ୍ରତିବାଦରେ କୋଲକାତାର ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଅଧ୍ୟାପକମାନେ ସାମୂହିକ ଇସ୍ତଫା ଦେଇଛନ୍ତି। 

ଅନ୍ୟପକ୍ଷରେ ଦୁଷ୍କର୍ମ-ହତ୍ୟାର ଶିକାର ହୋଇଥିବା ୩୧ ବର୍ଷୀୟ ସହକର୍ମୀଙ୍କୁ ନ୍ୟାୟ ଦାବିରେ ଗତ ଶନିବାର ରାତିରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା କନିଷ୍ଠ ଡାକ୍ତରମାନେ ମାମଲାର ତୁରନ୍ତ ତଦନ୍ତ ଶେଷ କରିବା ଦାବିରେ କୋଲକାତାର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଆଗରେ ଶୋଭାଯାତ୍ରା କରିଥିଲେ। ସହର ପୁଲିସ କିଛି ବିକ୍ଷୋଭକାରୀଙ୍କୁ ଅଟକ ରଖି ଲାଲବଜାରସ୍ଥିତ ପୋଲିସ ମୁଖ୍ୟାଳୟକୁ ନେଇଥିଲା। ଏହାପରେ କନିଷ୍ଠ ଡାକ୍ତର ଓ ନାଗରିକଙ୍କ ଏକ ଦଳ ଲାଲବଜାର ଅଭିମୁଖେ ଶୋଭାଯାତ୍ରା କରିଥିଲେ। ତେବେ କେନ୍ଦ୍ରୀୟ କୋଲକାତାର ବେଣ୍ଟିକ ଷ୍ଟ୍ରିଟ ନିକଟରେ ସେମାନଙ୍କୁ ଅଟକାଇବା ପରେ ବିକ୍ଷୋଭକାରୀମାନେ ରାସ୍ତାରେ ବସି ସ୍ଲୋଗାନ ଦେଇଥିଲେ। ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ   ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ବସିଥିବା କନିଷ୍ଠ ଡାକ୍ତରମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପୀଡ଼ିତାଙ୍କୁ ନ୍ୟାୟ ଦେବା, ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଇବା, ଡାକ୍ତରଖାନାରେ ପୁଲିସ ମୁତୟନ ଏବଂ ରାଜ୍ୟ ମେଡିକାଲ କାଉନସିଲରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ତଦନ୍ତ କମିଟି ଗଠନ ସମେତ ୧୦ଟି ଦାବି ସରକାରଙ୍କ ନିକଟରେ ଆନ୍ଦୋଳନକାରୀମାନେ ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe