ନୂଆଦିଲ୍ଲୀ: ଦିଲ୍ଲୀର ସରିତା ବିହାରରେ ଥିବା ଆପୋଲୋ ହସ୍ପିଟାଲରେ ଘଟିଛି ଏକ ଅଭାବନୀୟ ଘଟଣା। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଲୋକେ କରିଥିବା କାଣ୍ଡ ଏବେ ଚାରିିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡିଓ ଏବେ ଖୁବ ଭାଇରାଲ ହୋଇଛି। କରୋନା ଆକ୍ରାନ୍ତଙ୍କୁ ଆଇସିୟୁ ବେଡ ନମିଳିବାରୁୁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ରାଗରେ ମୃତକଙ୍କ ପରିବାର ଲୋକେ ଏଭଳି କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, କରୋନା ଆକ୍ରାନ୍ତ ଥିବା ୬୨ବର୍ଷୀୟା ବୃଦ୍ଧାଙ୍କୁ ଆଜି ସକାଳ ସମୟରେ ଚିକିିତ୍ସା ପାଇଁ ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଆଇସିୟୁ ବେଡ ପାଇଁ ସେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ତାଙ୍କୁ ଆଇସିୟୁ ବେଡ ମିଳିନଥିଲା। କିଛି ଘଣ୍ଟା ପରେ ଆଇସିୟୁ ବେଡ ନମିଳିିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ରାଗି ଯାଇ ବୃଦ୍ଧାଙ୍କ ପରିବାର ଲୋକେ ନର୍ସ ଏବଂ ଡାକ୍ତରଙ୍କୁ ଆକ୍ରମଣ କରିବା ଆରମ୍ଭ କରିିଥିଲେ। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ମୃତକଙ୍କ ପରିବାର ଲୋକେ ଡାକ୍ତରଙ୍କୁ ମାଡ଼ ମାରିିବା ସହ ହସ୍ପିଟାଲ ପରିିସରରେ ଭଙ୍ଗାରୁଜା କରୁୁଛନ୍ତି।
India Today
ଏହି ଘଟଣାକୁ ନେଇ ଦକ୍ଷିଣ ପୂର୍ବ ଦିଲ୍ଲୀର ଡିସିପି କହିଛନ୍ତି ଯେ ଡାକ୍ତରଖାନା କିମ୍ବା ରୋଗୀଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ପୁଲିସ ପାଖକୁ କୌଣସି ଅଭିଯୋଗ ଆସିନାହିଁ।
  
 Follow Us