ଡାକ୍ତରମାନେ ପ୍ରଥମେ ଟିକା ନିଅନ୍ତୁ: ଆଇଏମ୍‌ଏ

Advertisment

ଟିକା ନିରାପଦ ଓ ଫଳପ୍ରଦ ବୋଲି ଅନ୍ୟମାନେ ନିଶ୍ଚିତ ହେବେ

ଟିକା ନିରାପଦ ଓ ଫଳପ୍ରଦ ବୋଲି ଅନ୍ୟମାନେ ନିଶ୍ଚିତ ହେବେ

ଡାକ୍ତରମାନେ ପ୍ରଥମେ ଟିକା ନିଅନ୍ତୁ: ଆଇଏମ୍‌ଏ

ET HealthWorld

ନୂଆଦିଲ୍ଲୀ: ଭାରତୀୟ ଭେଷଜ ସଂଘ(ଆଇଏମ୍‌ଏ)ର ୧,୮୦୦ ସ୍ଥାନୀୟ ଶଖା ଅଧୀନରେ ରହିଥିବା ଦେଶର ସାଢ଼େ ତିନି ଲକ୍ଷ ଡାକ୍ତର ପ୍ରଥମେ କୋଭିଡ୍‌ ଟିକା ଗ୍ରହଣ କରିବାକୁ ଆଇଏମ୍‌ଏ ପରାମର୍ଶ ଦେଇଛି। ଏହାଦ୍ବାରା ସଂପୃକ୍ତ ଟିକାଟି ନିରାପଦ ଏବଂ ଫଳପ୍ରଦ ବୋଲି ଅନ୍ୟମାନେ ନିଶ୍ଚିତ ହେବେ ବୋଲି ସଂଘ କହିଛି। କୋଭିଡ୍‌ ଟିକାକରଣରେ ଆଇଏମ୍‌ଏ ସକ୍ରିୟ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସଂଘର ଜାତୀୟ ସଭାପତି ଡା. ଜେ ଏ ଜୟଲାଲ୍‌ ଏକ ବିବୃତିରେ ଜଣାଇଛନ୍ତି।

ଟିକା ବିଷୟରେ ଉପଲବ୍‌ଧ ବିଭିନ୍ନ ବୈଜ୍ଞାନିକ ତଥ୍ୟ, ବିଶେଷଜ୍ଞମାନଙ୍କ ମତାମତ ଏବଂ ପରାମର୍ଶ ଅନୁଯାୟୀ, କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଭାରତରେ ପ୍ରସ୍ତୁତ ଟିକା ମନୁଷ୍ୟ ଶରୀରରେ ଉତ୍ତମ ଶୈଳୀର ଆଣ୍ଟିବଡି ବିକଶିତ କରିପାରୁଛି। ଏପରିକି ଏହି ଟିକା କରୋନା ଭୂତାଣୁର ମୂଳ ପ୍ରଜାତି ସମେତ ରୂପାନ୍ତରିତ ପ୍ରଜାତି ବିରୋଧରେ ମଧ୍ୟ ଭଲ କାମ କରିବ ବୋଲି ଆଶା କରାଯାଉଛି। ସେହିପରି ଏହି ଟିକା ଆମ ଭାରତୀୟ ପରିବେଶରେ ସଂରକ୍ଷିତ କରି ରଖିବା ଏବଂ ବ୍ୟବହାର କରିବା ସହଜସାଧ୍ୟ। ସୁତରାଂ ଏହି ଟିକା ନେବା ପାଇଁ ସମସ୍ତେ ଆଗେଇ ଆସିବାକୁ ଡା. ଜୟଲାଲ୍‌ ଆହ୍ବାନ କରିଛନ୍ତି। ଟିକା ନେଲେ ଯେ କେବଳ ବ୍ୟକ୍ତିଗତ ଭାବେ ଜଣେ ସୁରକ୍ଷିତ ରହେନାହିଁ, ବରଂ ହର୍ଡ ଇମୁନିଟି ହାସଲ ହୋଇଥାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe