ମୁମ୍ବାଇ: ଭାରତୀୟ ଭେଷଜ ପରିଷଦ ବା ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ(ଏମ୍ସିଆଇ)କୁ ପରିବର୍ତ୍ତନ କରି ଜାତୀୟ ଭେଷଜ ଆୟୋଗ ବା ନ୍ୟାସନାଲ୍ ମେଡିକାଲ କମିସନ୍(ଏନ୍ଏମ୍ସି) ଗଠନ କରିବା ଲାଗି ପ୍ରସ୍ତୁତ ହୋଇଥିବା ବିଲ୍କୁ ବିରୋଧ କରି ଭାରତୀୟ ଡାକ୍ତର ସଂଘ(ଆଇଏମ୍ଏ) ଦ୍ୱାରା ଆହୂତ ୧୨ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ପ୍ରତ୍ୟାହାର କରିନିଆଯାଇଛି। ଆଜି ସଂସଦରେ ଉକ୍ତ ଏନ୍ଏମ୍ସି ବିଲ୍ ଆଗତ ହୋଇଥିଲା। ତେବେ ବିଲ୍ଟିର ପୁଙ୍ଖାନୁପୁଙ୍ଖ ତର୍ଜମା କରି ଏକ ନିଷ୍କର୍ଷ ବାହାର କରିବା ପାଇଁ ଏହାକୁ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇଦିଆଯିବା ପରେ ଡାକ୍ତର ସଂଘ ଏହି ଧାରଣା ଏବଂ ଧର୍ମଘଟରୁ ଓହରିଯାଇଛି। ଉକ୍ତ ଆନ୍ଦୋଳନର ମୁଖ୍ୟ ଆବାହକ ତଥା ଆଇଏମ୍ଏର କେକେ ଅଗ୍ରଓ୍ଵାଲ୍ ଏଥିଲାଗି ଲୋକସଭାର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସଂସଦୀୟ ଷ୍ଟାଣ୍ଡିଂ କମିଟି ଦ୍ୱାରା ଫଳପ୍ରଦ ନିଷ୍ପତ୍ତି ନିଆଯିବ ବୋଲି ସଂଘ ଆଶାବାଦୀ ଥିବା କହିଛନ୍ତି।
ଧର୍ମଘଟରୁୁ ଓହରିଲେ ଡାକ୍ତରୀ ସଂଘ: ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଗଲା ଏନ୍ଏମ୍ସି ବିଲ୍
Advertisment
Follow Us