କେରଳ ସାଇକେଲ ଆରୋହୀ ବାଳକକୁ ବୁଲା କୁକୁରର ଭୟଙ୍କର ଆକ୍ରମଣ: ଭିଡିଓ ଭାଇରାଲ

Advertisment
କେରଳ ସାଇକେଲ ଆରୋହୀ ବାଳକକୁ ବୁଲା କୁକୁରର ଭୟଙ୍କର ଆକ୍ରମଣ: ଭିଡିଓ ଭାଇରାଲ

ତିରୁଅନନ୍ତପୁରମ୍ : କେରଳର କୋଝିକୋଡ଼ରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ବାଳକ ସାଇକେଲରେ ଯାଉଥିବା ବେଳେ ଏକ ବୁଲା କୁକୁର ଆକ୍ରମଣର ଶିକାର ହୋଇଛି। ଏହାର ଭିଡିଓ କ୍ଲିପ୍ ସୋମସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ରେଡିଟ୍‌ରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରବିବାର ଅପରାହ୍ଣରେ ବାଳକଟି ଏକ ଗଳି ରାସ୍ତା ଭିତରେ ପ୍ରବେଶ କରିବା ମାତ୍ରେ କୁକୁରଟି ଆକ୍ରମଣ କରିଥିଲା। ବାଳକଟି ଉପରକୁ ବୁଲା କଳା କୁକୁରଟି ଡେଇଁ ଆକ୍ରମଣ କରିଥିବାବେଳେ ବାଳକଟି ସାଇକେଲରୁ ପଡ଼ିଯାଇଥିଲା। ତା’ପରେ କୁକୁରଟି ତାକୁ ଗଡ଼େଇତଡ଼େଇ କାମୁଡ଼ିଥିଲା। ଶେଷରେ ବାଳକଟି ଏକ ଘର ଭିତରକୁ ପଶିଯାଇ ଜୀବନ ରକ୍ଷା କରିଥିଲା। ବଳାକର ହାତ, ପାଦ ଇତ୍ୟାଦିରେ କାମୁଡ଼ାର କ୍ଷତ ସୃଷ୍ଟି ହୋଇଛି। ସିସିଟିଭି କ୍ୟାମେରାରେ ସେହି ଦୃଶ୍ୟଟି ରେକର୍ଡ ହୋଇଯାଇଥିଲା। ରାଜ୍ୟରେ ତଥା ଦେଶରେ କୁକୁର କାମୁଡ଼ା ମାମଲା ବୃଦ୍ଧି ପାଇବା ଏବଂ ସୁପ୍ରିମ୍‌କୋର୍ଟ ମଧ୍ୟ ଏହା ଉପରେ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ଏପରି ଭିଡିଓ ପଥଚାରୀମାନଙ୍କ ଚିନ୍ତା ବଢ଼ାଇଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe