ବିଜେପି ପାଇଁ ପ୍ରଚାର କରି କୁକୁର ଅଟକ ରହିଲା

Advertisment
ବିଜେପି ପାଇଁ ପ୍ରଚାର କରି କୁକୁର ଅଟକ ରହିଲା

.opindia.com

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବି‌ଜେପି ପାଇଁ ପ୍ରଚାର କରି ଆଜି ମହାରାଷ୍ଟ୍ରର ଏକ କୁକୁର ଅଟକ ରହିଛି। ମହାରାଷ୍ଟ୍ରର ନବନାଥନଗର ସ୍ଥିତ ନାନ୍ଦୁରବର ନିକଟରେ ଏକ କୁକୁର ସହ  ତା’ର ମାଲିକ ମଧ୍ୟ ଅଟକ ରହିଛନ୍ତି। ଏକନାଥ ମୋତିରାମ ଚୌଧୁରୀ ନାମକ ଜଣେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି ଆଜି ତାଙ୍କ କୁକୁର ଧରି ବାହାରେ ବୁଲାଉଥିଲେ। ତେବେ କୁକୁର ଦେହରେ ବିଜେପିର ଷ୍ଟିକର ଲାଗିଥିଲା ।‘ମୋଦୀ ଲାଓ ଦେଶ୍ ବଚାଓ’ ଲେଖାଥିବା ଏକ ଷ୍ଟିକର କୁକୁର ଦେହରେ ରହିଥିବାରୁ ଏହାକୁ ନେଇ ଅଭି‌ଯୋଗ ହୋଇଥିଲା। ନିର୍ବାଚନ ଚାଲିଥିବା ସମୟରେ ପୁଲିସରେ ଏନେଇ ଅଭିଯୋଗ ହେବାପରେ ପୁଲିସ ଉକ୍ତ କୁକୁରଟିକୁ ଅଟକ ରଖିଛି। ଅନ୍ୟପକ୍ଷେ ଆଇପିସିର ଧାରା ୧୭୧ ଅଧୀନରେ କୁକୁରଟିର ମାଲିକ ‌ମୋତିରାମଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe