ରନ୍‌ଓଏରେ ପଶିଗଲା କୁକୁର; ଅଟକି ରହିଲା ଗୋଆରୁ ଉଡ଼ାଣ ଭରୁଥିବା ଏୟାର୍‌ ଏସିଆ ବିମାନ

Advertisment
ରନ୍‌ଓଏରେ ପଶିଗଲା କୁକୁର; ଅଟକି ରହିଲା ଗୋଆରୁ ଉଡ଼ାଣ ଭରୁଥିବା ଏୟାର୍‌ ଏସିଆ ବିମାନ

ପାଣାଜି: ରନ୍‌ଓଏରେ ଏକ କୁକୁର ଥିବା କାରଣରୁ ଗୋଆ ବିମାନବନ୍ଦରରେ ରବିବାର ଏୟାର୍‌ ଏସିଆର ଏକ ବିମାନଟି ପାଖାପାଖି ୧ ଘଣ୍ଟା ବିଳମ୍ବ ହୋଇଛି। ଏୟାର୍‌ ଏସିଆ ବିମାନ ଆଇ୫-୭୭୮ ଟେକ୍‌ ଅଫ୍‌ ପାଇଁ ପାଖାପାଖି ସକାଳ ୮.୨୫ରେ ପ୍ରସ୍ତୁତ ଥାଏ। ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌(ଏଟିସି) ରନ୍‌ଓଏରେ କୁକୁର ଯାଉଥିବାର ଦେଖିବାକୁ ପାଇଥିଲେ। ଏଟିସି ଅଧିକାରୀମାନେ ଏ ସଂପର୍କରେ ତୁରନ୍ତ ପାଇଲଟ୍‌ଙ୍କୁ ସୂଚନା ଦେଇଥିଲେ। ପରେ କୁକୁରଟିକୁ ସେଠାରୁ ବାହାର କରାଯିବା ପରେ ବିମାନଟି ୯.୧୫ ସମୟରେ ଦିଲ୍ଳୀକୁ ଉଡ଼ାଣ ଭରିଥିବା ସୂଚନା ରହିଛି। ଏ ସଂପର୍କରେ ଭାରତୀୟ ନୌସେନାର ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଟ୍ଵିଟ୍‌ କରାଯାଇଛି।

ଏପରି ଘଟଣା ପ୍ରଥମ ଥର ଘଟିନାହିଁ। ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ ସୂଚନା ଦେଇ କହିଛି ଯେ ‘ଅଗଷ୍ଟ ମାସରେ ଏୟାର୍‌ ଇଣ୍ଡିଆର ଏକ ବିମାନ ମୁମ୍ବାଇରୁ ଗୋଆ ଉଡ଼ାଣ ଭରିବା ସମୟରେ ରନ୍‌ଓଏରେ କୁକୁର ଦେଖିବାକୁ ମିଳିଥିଲା। ଫଳରେ ବିମାନଟିକୁ ବାଧ୍ୟ ହୋଇ ଅବତରଣ କରାଇବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe