ଅହମଦାବାଦ: ଆବି ନାମକ ପୋଷା କୁକୁରର ଜନ୍ମଦିନ ଉପଲକ୍ଷେ ଭବ୍ୟ ପାର୍ଟି ଆୟୋଜନ କରିଥିବା ଅହମଦାବାଦର ଏକ ପରିବାର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଉକ୍ତ ଜନ୍ମଦିନ ପାର୍ଟିରେ ଖର୍ଚ୍ଚ ହୋଇଥିଲା ପ୍ରାୟ ୭ ଲକ୍ଷ ଟଙ୍କା।
Image Courtesy of India Todayଆବିର ଜନ୍ମଦିନ ପାଳନ ହୋଇଥିଲା ଗୁଜରାଟର ଅହମଦାବାଦ ଅନ୍ତର୍ଗତ ନିକୋଲ୍ ଅଞ୍ଚଳରେ। କୁକୁରର ଜନ୍ମଦିନକୁ ଏତେ ଆଡ଼ମ୍ବରପୂର୍ଣ୍ଣ କରାଯାଇଥିଲା ଯେ, ଯୋଗ ଦେବାକୁ ଆସିଥିବା ଅତିଥିମାନେ ଚମତ୍କୃତ ହୋଇଯାଇଥିଲେ। ପାର୍ଟି ପାଇଁ ‘ମଧୁବନ ଗ୍ରିନ୍’ରେ ଖଣ୍ଡେ ବିରାଟ ପ୍ଲଟ୍ ବୁକ୍ କରାଯାଇଥିଲା। ସେଥିରେ ସୁସଜ୍ଜିତ ଟେଣ୍ଟ୍ (ତମ୍ବୁ) ଟଣାଯାଇ କୁକୁର ଆବିର ବିରାଟ ପୋଷ୍ଟର୍ ସବୁ ଲଗାଯାଇଥିଲା।
Image Courtesy of India Todayବହୁ ମାନ୍ୟଗଣ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିବା କୁକୁରର ଜନ୍ମଦିନ ପାର୍ଟି ଭୋଜି ଥିଲା ଖୁବ୍ ବ୍ୟୟ ବହୁଳ ଏବଂ ସ୍ମରଣୀୟ। ଏସବୁ ଆୟୋଜନ ଗୋଟାଏ କୁକୁରର ଜନ୍ମଦିନ ପାଇଁ ହେଉଛି ଜାଣି ଅନେକେ କାବା ହୋଇଯାଇଥିଲେ।
ଜନ୍ମଦିନ ପାଳନ ଉପଲକ୍ଷେ ଆବି ପିନ୍ଧିଥିଲା ଗୋଟାଏ କଳା ଗାଉନ୍ ଏବଂ ଖଣ୍ଡେ ସାଲ୍।
ଘଟଣାଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ପୁଲିସ ଜାଣିବାକୁ ପାଇଛି ଯେ, ସେଥିରେ ଯୋଗଦେଇଥିବା ଅନେକ ବ୍ୟକ୍ତି ମାସ୍କ୍ ପରିଧାନ କରି ନ ଥିଲେ।
Follow Us