ହତ୍ୟାକାରୀକୁ ଧରିବା ପାଇଁ ୧୨ କିଲୋମିଟର ଦୌଡ଼ିଥିଲା ପୁଲିସ୍ କୁକୁର, ଦୁଇଘଣ୍ଟା ପରେ ସଫଳ ହେଲା

Advertisment
ହତ୍ୟାକାରୀକୁ ଧରିବା ପାଇଁ ୧୨ କିଲୋମିଟର ଦୌଡ଼ିଥିଲା ପୁଲିସ୍ କୁକୁର, ଦୁଇଘଣ୍ଟା ପରେ ସଫଳ ହେଲା

ନୂଆଦିଲ୍ଲୀ: କର୍ଣ୍ଣାଟକ ପୁଲିସ ବାହିନୀରେ ସାମିଲ ଥିବା ଏକ କୁକୁରକୁ ନିକଟରେ ସମ୍ମାନିତ କରାଯାଇଛି। ଏହି  ପ୍ରଶିକ୍ଷଣ ପ୍ରାପ୍ତ କୁକୁର ଶୁଙ୍ଘି ଶୁଙ୍ଘି ଅପରାଧୀଙ୍କୁ ଧରିବା ପାଇଁ ୧୨କିମି ପର୍ଯ୍ୟନ୍ତ ଯାତ୍ରା କରିଥିଲା।

ଜୁଲାଇ ୧୦ ତାରିଖରେ କର୍ଣ୍ଣାଟକର ଦାଭେଙ୍ଗେରେ ଜିଲ୍ଲାରେ ଚେତନ ନାମକ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁ ଚନ୍ଦ୍ରଙ୍କ ଠାରୁ ୧ଲକ୍ଷ ୭୦ହଜାର ଟଙ୍କା ଧାର ନେଇଥିଲେ। ଚନ୍ଦ୍ର ତାଙ୍କୁ ଟଙ୍କା ଫେରାଇବାକୁ କହିବାରୁ ଦୁହିଁଙ୍କ ମଧ୍ୟର ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ଚେତନ ରାଗି ଯାଇ ଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ଗୁଳି ମାଡ଼ରେ ଚଦ୍ରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏହି ହତ୍ୟା ଘଟଣା ବିଷୟରେ ଜାଣିବା ପରେ ଯାଞ୍ଚ ଆରମ୍ଭ କରିଥିଲା।

publive-image navbharattimes.indiatimes.com

ଯାଞ୍ଚରୁ ଜଣାପଡ଼ିଥିଲା କି ସାଙ୍ଗ ହତ୍ୟାକାରୀ ଚେତନ ନାମରେ ପୂର୍ବରୁ ୫୦ଟି ହତ୍ୟା ଏବଂ ୬୦ଟି ଚୋରି ମାମଲା ରହିଛି। ଏହାପରେ ପୁଲିସ ସ୍ନିଫର ଡଗ୍ ସାହାଯ୍ୟରେ ହତ୍ୟାକାରୀକୁ ଧରିବାକୁ ଚେଷ୍ଟା କରିଥିଲା। ଏଥିପାଇଁ ଯେଉଁଠାରେ ଚେତନ ଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲା ସେଠାକୁ କୁକୁରକୁ ନିଆ ଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, କୁୁକୁରଟି ସେ ସ୍ଥାନକୁ ଶୁଙ୍ଘିବା ପରେ ୨ଘଣ୍ଟା ଧରି ଦୌଡ଼ିଦୌଡ଼ି ପ୍ରାୟ ୧୨କିମି ଦୂର କାଶୀପୁର ଯାଇ ଏକ ଘର ସାମ୍ନାରେ ପହଞ୍ଚିଥିଲା। ପୁଲିସ ସେହି ଘର ଉପରେ ଚଢ଼ାଉ କରି ଚେତନକୁ ଗିରଫ କରିଥିଲା। ଗିରଫ ପରେ ଚେତନ ନିଜ ଦୋଷକୁୁ ସ୍ୱୀକାର ବି କରିଥିଲା। ଏଥିସହିତ ସେ ସାଙ୍ଗ ଉପରେ ଗୁଳି ଚଳାଇବା ପାଇଁ ହୁବଳି ପୁଲିସ ଷ୍ଟେସନ୍‌ରୁ ଏକ ବନ୍ଧୁକ ମଧ୍ୟ ଚୋରି କରିଥିଲା ବୋଲି ବି ମାନି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe