ଏହି ମନ୍ଦିରରେ ହୋଲି ଦିନ କୁକୁରକୁ ପୂଜା କରାଯାଏ

Advertisment
ଏହି ମନ୍ଦିରରେ ହୋଲି ଦିନ କୁକୁରକୁ ପୂଜା କରାଯାଏ

ବୁଲନ୍ଦସହର: କୁକୁର ସହିତ ମଣିଷର ସ˚ପର୍କ ବହୁ ପ୍ରାଚୀନ। ଏହା ମଣିଷର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବେ ଜଣାଶୁଣା। କେବଳ ସେତିକି ନୁହେଁ, ତୀବ୍ର ଆଘ୍ରାଣ ଶକ୍ତି ଲାଗି କୁକୁର ପୁଲିସ ଲାଗି ଅତି ପ୍ରୟୋଜନ।  ପୁଲିସ୍‌ ପାଇଁ ଅନୁସନ୍ଧାନ କାର୍ଯ୍ୟ ଓ ସେନାବାହିନୀରେ ସହାୟତା ପାଇଁ ତାଲିମ୍‌ପ୍ରାପ୍ତ କୁକୁରକୁ ନିୟୋଜିତ କରାଯାଉଛି। ମଣିଷର ଅତି ଅନୁଗତ ପାଲଟିଥିବା ଏହି ପ୍ରାଣୀକୁ ପୂଜା କରାଯାଉଥିବା ମନ୍ଦିର ବାବଦରେ ଜାଣନ୍ତି କି?

ଉତ୍ତରପ୍ରଦେଶର ବୁଲନ୍ଦସହରଠାରୁ ପ୍ରାୟ ପନ୍ଦର କିଲୋମିଟର‌୍‌ ଦୂର ସିକନ୍ଦରାବାଦରେ ଏମିତି ମନ୍ଦିରଟିଏ ଅଛି, ଯେଉଁଠ କୁକୁର ହିଁ ମନ୍ଦିରର ଦେବତା। ମନ୍ଦିର ଭିତରେ ରହିଛି ଗୋଟିଏ କୁକୁରର ସମାଧିସ୍ଥଳ। ହୋଲି, ନବରାତ୍ର ଓ ଦୀପାବଳି ପାଳନବେଳେ, ଏହି ସମାଧିସ୍ଥଳରେ ସର୍ବାଧିକ ଲୋକଙ୍କ ସମାଗମ ହୁଏ। ଏହା ପଛରେ ଏକ କି˚ବଦନ୍ତି ରହିଛି। ଏଠାରେ ପୂଜିତ କୁକୁରଟି ଜଣେ ସାଧୁ ବାବାଙ୍କର ଥିଲା। ବାବାଙ୍କ ପରଲୋକ ପରେ କୁକୁରର ମଧ୍ୟ ମୃତ୍ୟୁ ଘଟିଥିଲା। ପରେ କୁକୁରର ସମାଧି ସ୍ଥଳରେ ମନ୍ଦିରଟି ଗଢ଼ିଉଠିଥିଲା। ଏହା ପ୍ରାୟ ଏକ ଶହ ବର୍ଷର ପ୍ରାଚୀନ ମନ୍ଦିର। କୁକୁର ସମାଧି ସ୍ଥଳରେ ପୂଜା କରିବା ଦ୍ୱାରା ମନସ୍କାମନା ପୂରଣ ହେଉଥିବା ଶ୍ରଦ୍ଧାଳୁଙ୍କ ବିଶ୍ୱାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe