ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ପାଇଁ ୧୮୨ କୋଟି ଖର୍ଚ୍ଚ କରିଥିଲା ଆମେରିକା

Advertisment

ଏଲନ ମସ୍କଙ୍କ ନେତୃତ୍ବାଧୀନ ଆମେରିକାର ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଭାରତରେ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି ଲାଗି ପ୍ରାୟ ୨୧ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୧୮୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏହାକୁ ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ବୋଲି ବିଜେପି ସିଧାସଳଖ ଅଭିଯୋଗ କରିଛି । 

biden

ନୂଆଦିଲ୍ଲୀ: ଆମେରିକା ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ କରିବା କଥା ଗତ ବର୍ଷ ବିଜେପି ଅଭିଯୋଗ କରିଥିଲା । କିନ୍ତୁ ଏବେ ଖୋଦ ଆମେରିକା ସରକାର ତାହାର ପ୍ରମାଣ ଦେଇଛନ୍ତି । ଏଲନ ମସ୍କଙ୍କ ନେତୃତ୍ବାଧୀନ ଆମେରିକାର ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଭାରତରେ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି ଲାଗି ପ୍ରାୟ ୨୧ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୧୮୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏହାକୁ ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ବୋଲି ବିଜେପି ସିଧାସଳଖ ଅଭିଯୋଗ କରିଛି । 

ଏହାକୁ ନେଇ ବିଜେପି ମୁଖପାତ୍ର ଅମିତ ମାଲବ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବୋଲି ଅଭିଯୋଗ କରିଛନ୍ତି। ଏଥିରୁ କିଏ ଲାଭବାନ ହେଉଥିଲା ? ନିଶ୍ଚିତ ଭାବେ ଶାସକ ଦଳ ନୁହେଁ  ବୋଲି ସେ କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଣି ଥରେ  ପ୍ରମାଣିତ ହୋଇଛି ଯେ କଂଗ୍ରେସ ଦଳ ଓ ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ଜର୍ଜ ସୋରୋସ୍ ହିଁ ଆମ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଥିଲେ । ସୂଚନାଯୋଗ୍ୟ ଯେ ବର୍ତ୍ତମାନର ଆମେରିକା ସରକାର ଏସବୁ ପାଣ୍ଠି ଯୋଗାଣକୁ ବନ୍ଦ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe