ମେ ୨୫ରୁ ଆରମ୍ଭ ହେବ ଘରୋଇ ବିମାନ ଚଳାଚଳ: ହରଦୀପ ସିଂ ପୁରୀ

Advertisment
ମେ ୨୫ରୁ ଆରମ୍ଭ ହେବ ଘରୋଇ ବିମାନ ଚଳାଚଳ: ହରଦୀପ ସିଂ ପୁରୀ

ନୂଆଦିଲ୍ଲୀ:  ମେ ୨୫ରୁ ପୁଣି ଆରମ୍ଭ ହେବ ଯାତ୍ରୀବାହୀ ବିମାନ ସେବା। ସୋମବାରରୁ ଘରୋଇ ବେସାମରିକ ବିମାନ ଚଳାଚଳ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ବିମାନବନ୍ଦର ଏବଂ ବିମାନ ପରିବହନକାରୀ ସଂସ୍ଥାଙ୍କୁ ମେ ୨୫ରୁ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ସୂଚନା ଦିଆଯାଇଛି। ଯାତ୍ରୀମାନଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ  ସଂପୃକ୍ତ ସଂସ୍ଥାଙ୍କୁ  ମନ୍ତ୍ରାଳୟ ପକ୍ଷରୁ ପୃଥକ ଭାବରେ ଏସଓପି ପ୍ରଦାନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ।

ଗତକାଲି ପୁରୀ ଟୁଇଟ୍ କରି କହିଥିଲେ ଯେ, "ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ କେବଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କିମ୍ବା କେନ୍ଦ୍ରର ନିଷ୍ପତ୍ତି ନୁହେଁ, ଯେଉଁଠି ଏହିସବୁ ବିମାନ ଉଡ଼ାଣ ଭରିବେ ଏବଂ ଅବତରଣ କରିବେ, ସେହି ରାଜ୍ୟର ରାଜ୍ୟ ସରକାର ମଧ୍ୟ ଏଥି ପାଇଁ ଅନୁମତି ଦେବାକୁ ପ୍ରସ୍ତୁତ ହେବା ଉଚିତ୍।

Domestic civil aviation operations to resume in calibrated manner from May 25, says Hardeep Singh Puri timesnownews

ମଙ୍ଗଳବାର ଦିନ ଏକ ସାକ୍ଷାତକାରରେ ପୁରୀ ପ୍ରକାଶ କରିଥିଲେ ଯେ, ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ମୁଁ ବ୍ୟକ୍ତିଗତ ଭାବରେ ଅବଗତ ଅଛି । ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଏବଂ ପୂର୍ବରୁ ସୂଚନା ଜାରି କରି ଆମେ କୌଣସି ସମୟରେ ଘରୋଇ ବେସାମରିକ ବିମାନ ଚଳାଚଳ ଆରମ୍ଭ କରିପାରିବୁ ବୋଲି ସେ କହିଥିଲେ । ଏହା ସହ ଘରୋଇ ବିମାନ ଚଳାଚଳ ପୁନଃ ଆରମ୍ଭ କରିବାର ନିଷ୍ପତ୍ତି ନେବାକୁ ହେଲେ ଆମକୁ ରାଜ୍ୟ ସରକାରଙ୍କ ସହ ପରାମର୍ଶ ନେବାକୁ ପଡିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe