Image Courtesy of India Today
ନୂଆଦିଲ୍ଲୀ: ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ୧୪.୨ କିଲୋଗ୍ରାମ୍ ‘ଏଲ୍ପିଜି’ ସିଲିଣ୍ଡର୍ ଆଜିଠାରୁ ୫୦ ଟଙ୍କା ବୃଦ୍ଧି ପାଇଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ଉପରୋକ୍ତ ସିଲିଣ୍ଡର୍ର ମୂଲ୍ୟ ୧,୦୫୩ ଟଙ୍କାରେ ବିକ୍ରୟ ହେଉଛି।
ସେହିପରି, ଆଜିଠାରୁ ମୁମ୍ବାଇରେ ୧୪.୨ କିଲୋଗ୍ରାମ୍ ‘ଏଲ୍ପିଜି’ ସିଲିଣ୍ଡର୍ ଟ. ୧,୦୫୨.୫୦, ଚେନ୍ନାଇରେ ଟ.୧୦୬୮.୫୦, କୋଲ୍କାତାରେ ଟ. ୧,୦୭୯/-ରେ ବିକ୍ରୟ ହେଉଛି।
ସେହି ଅନୁସାରେ, ଆଜିଠାରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ‘ଏଲ୍ପିଜି’ ସିଲିଣ୍ଡର୍ ଦର ଟ. ୫୦/- ବୃଦ୍ଧି ପାଇ ୧୦୭୯/- ହୋଇଯାଇଛି। ପୂର୍ବରୁ ଏହାର ମୂଲ୍ୟ ଥିଲା ଟ. ୧୦୨୯/-। ଗ୍ରାହକମାନଙ୍କୁ ସିଲିଣ୍ଡର୍ପିଛା ରିହାତି ବାବଦକୁ ସରକାର ମାତ୍ର ଟ. ୧୩.୯୫ ଦେଉଛନ୍ତି।
Image Courtesy of India Todayଏହାଛଡ଼ା, ଆଜି ଘରୋଇ ବ୍ୟବହାର ନିମନ୍ତେ ଉପଲବ୍ଧ ୫ କିଲୋବିଶିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ ଦର ମଧ୍ୟ ୧୮ ଟଙ୍କା ବୃଦ୍ଧି ପାଇଛି।
କିନ୍ତୁ, ବ୍ୟବସାୟ ପ୍ରତିଷ୍ଠାନ ନିମନ୍ତେ ଉପଲବ୍ଧ ୧୯ କିଲୋବିଶିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ ଦର ଟ. ୮.୫୦ ହ୍ରାସ ପାଇଛି।
ସୂଚନାଯୋଗ୍ୟ, ଜୁଲାଇ ପହିଲାରେ ଦିଲ୍ଲୀରେ ୧୯ କି.ଗ୍ରା.ବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ଟ.୧୯୮/- ହ୍ରାସ ପାଇଥିଲା। ତା’ପୂର୍ବରୁ ଜୁନ୍ ପହିଲାରେ ମଧ୍ୟ ଉକ୍ତ ସିଲିଣ୍ଡର୍ ଦର ଟ.୧୩୫/- ହ୍ରାସ ପାଇଥିଲା।
କିନ୍ତୁ, ଚଳିତ ବର୍ଷ ମାର୍ଚ ପହିଲାରେ ୧୯ କି.ଗ୍ରା.ବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ଟ. ୧୦୫/- ଓ ପୁନର୍ବାର ଏପ୍ରିଲ୍ ପହିଲାରେ ଟ. ୨୫୦/- ବୃଦ୍ଧି ପାଇଥିଲା। ଫଳରେ ୧୯ କି.ଗ୍ରା.ବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଟ.୨,୨୫୩/-ରେ ବିକ୍ରୟ ହେଉଥିଲା।
Follow Us