India Today
ଚଣ୍ଡୀଗଡ଼: କ୍ରୟ କରିଥିବା ଜିନିଷକୁ ଭିତରେ ପୂରାଇ ନେବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘କ୍ୟାରିବ୍ୟାଗ୍’ ପାଇଁ ଗ୍ରାହକଙ୍କ ଠାରୁ ୧୪ ଟଙ୍କା ଲେଖାଁଏ ଆଦାୟ କରିବା ଡୋମିନୋସ୍’ ପିଜା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ‘କ୍ୟାରିବ୍ୟାଗ୍’ ପାଇଁ ଡୋମିନୋସ୍’ ପିଜା ଗ୍ରାହକମାନଙ୍କ ଠାରୁ ଆଦାୟ କରିଥିବା ସମସ୍ତ ୧୪ ଟଙ୍କାକୁ ଗ୍ରାହକମାନଙ୍କୁ ଫେରାଇବା ସହ ଏପ୍ରକାରର ଆଇନ୍ ବର୍ହିଭୂତ କାର୍ଯ୍ୟ କରିଥିବାରୁ ୧୦ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିବାକୁ ଚଣ୍ଡିଗଡ଼ର ଏକ ଖାଉଟି ଅଦାଲତ ଡୋମିନୋସ୍’ ପିଜାକୁ ନିର୍ଦ୍ଦେଶ ଦେଇଛନ୍ତି।
News Nationହସ୍ତଗତ ହୋଇଥିବା ମାମଲାର ରିପୋର୍ଟରୁ ପ୍ରକାଶ ଦେଶରେ ପଲିଥିନ୍ର ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯିବା ପରେ ଚଣ୍ଡୀଗଡ଼ରେ ଥିବା ଡୋମିନୋସ୍’ ପିଜା ତାଙ୍କ ଦୋକାନରୁ କ୍ରୟ କରିଥିବା ଜିନିଷକୁ ଭିତରେ ପୂରାଇ ନେବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘କ୍ୟାରିବ୍ୟାଗ୍’ ପାଇଁ ଗ୍ରାହକଙ୍କ ଠାରୁ ୧୪ ଟଙ୍କା ଲେଖାଁଏ ଆଦାୟ କରୁଥିଲେ। ତେବେ, ‘କ୍ୟାରିବ୍ୟାଗ୍’ ପାଇଁ ଗ୍ରାହକଙ୍କ ଠାରୁ ୧୪ ଟଙ୍କା ଆଦାୟ ସଂପୂର୍ଣ୍ଣ ବେଆଇନ୍ ଥିବା ଦର୍ଶାଇ ଦୁଇ ଜଣ ଗ୍ରାହକ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଖାଉଟି ଅଦାଲତ ଏହି ମାମଲାର ଦୀର୍ଘ ଶୁଣାଣି କରିବା ପରେ ଆଜି ଉପରୋକ୍ତ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।
Follow Us