ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ମନୋନୟନ ଗ୍ରହଣ କଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍

ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ମନୋନୟନ ଗ୍ରହଣ କଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍

Image Courtesy of India Today

ୱାସିଂଟନ୍: ଗୁରୁବାର ରାତିରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ ତାଙ୍କ ଦଳର ରାଷ୍ଟ୍ରପତି ପୁନଃ ମନୋନୟନ ହେବା ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି। ହ୍ବାଇଟ୍‌ ହାଉସ୍‌ର ଦକ୍ଷିଣ ଲନ୍ ମଞ୍ଚରେ ଆୟୋଜିତ ବିଶାଳ ସମାବେଶରେ ଟ୍ରମ୍ପ୍‌ଙ୍କ ଅଭିଭାଷଣ ଶୁଣିବାକୁ କୋଭିଡ୍ କଟକଣା ଉଲ୍ଲଂଘନ କରି ଅନେକ ମାସ୍କ୍‌ ପିନ୍ଧି ନ ଥିବା ଲୋକେ ସମବେତ ହୋଇଥିଲେ।

ହ୍ବାଇଟ୍‌ ହାଉସ୍ ଫାଟକ ବାହାରେ ଅନେକ ସମସ୍ୟା ଥିଲେ ବି ଏଯାବତ୍ ୧୭୫, ୦୦୦ ‌ଲୋକଙ୍କ ମୃତ୍ୟୁର କାରଣ ହୋଇଥିବା, ନିୟୁତ ନିୟୁତ ଲୋକଙ୍କ କର୍ମସଂସ୍ଥାନ ଛଡ଼ାଇ ନେଇଥିବା ଏବଂ ସମାଜର ନିୟମ ପୁନଃଲିଖନ କରିଥିବା କରୋନାଭାଇରସ୍ ମହାମାରୀ ବିପକ୍ଷରେ ବିଜୟ, ଟ୍ରମ୍ପ୍ ଆଶାବାଦୀ ଦୃଷ୍ଟିରେ ଆମେରିକାର ଭବିଷ୍ୟତକୁ ରଙ୍ଗାୟିତ କରିଥିଲେ। ଟ୍ରମ୍ପ୍ ଗରୁତ୍ବାରୋପ କରି କହିଲେ ଯେ, ଏହି ଉଜ୍ଜ୍ବଳ ଦିଗନ୍ତ ହାସଲ କରିବାକୁ ହେଲେ ତାଙ୍କୁ ଜୋ ବାଇଡେନ୍‌ଙ୍କୁ ପରାସ୍ତ କରିବାକୁ ପଡ଼ିବ।

publive-image Image Courtesy of Chattanooga Times Free Press

ସେ ପୁଣି କହିଲେ, ଗତ ୪୭ ବର୍ଷ ହେବ ଜୋ ବାଇଡେନ୍ କରିଥିବା କ୍ଷୟକ୍ଷତି ସଜାଡ଼ିବାରେ ଆମେ ଗତ ଚାରିବର୍ଷ ବିତାଇଛନ୍ତି। ପୂର୍ବରୁ କୌଣସି ସମୟରେ ଭୋଟରମାନେ ଦୁଇ ଦଳ ମଧ୍ୟରେ ସ୍ପଷ୍ଟତର ବିକଳ୍ପ, ଦୁଇଟି ଦୃଷ୍ଟିଭଙ୍ଗୀ, ଦୁଇଟି ଦର୍ଶନ କିଂବା ଦୁଇଟି ଆଜେଣ୍ଡାର ସମ୍ମୁଖୀନ ହୋଇ ନ ଥିଲେ।

ହ୍ବାଇଟ୍‌ ହାଉସ୍‌ର ଅନ୍ୟତମ ପ୍ରଭାଶାଳିନୀ ଉପଦେଷ୍ଟା ଝିଅ ଇଭାଙ୍କା ଟ୍ରମ୍ପ୍ ରାଷ୍ଟ୍ରପତି ଟ୍ରମ୍ପ୍‌ ପୁନର୍ବାର ରାଷ୍ଟ୍ରପତି ପ୍ରାର୍ଥୀଭାବେ ମନୋନୀତ ହୋଇଥିବା କଥା ଘୋଷଣା କରିବା ସହ କହିଥିଲେ, ଦୈନିକ ମହାମାରୀ ଚୋରାଇ ନେଉଥିବା ଜୀବନ କଥା କୁହାଯିବା ବେଳେ ମୁଁ ବାପାଙ୍କ ପାଖରେ ଥାଏ ଓ ଏଥିଯୋଗୁଁ ତାଙ୍କ ଆଖିରେ ହେଉଥିବା କଷ୍ଟ ସେ ଦେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe