୩୦ ବର୍ଷ ଧରି ଚୀନ୍ ଆମେରିକାର ଫାଇଦା ନେଇଛି: ଡୋନାଲଡ୍ ଟ୍ରମ୍ପ୍

Advertisment
୩୦ ବର୍ଷ ଧରି ଚୀନ୍ ଆମେରିକାର ଫାଇଦା ନେଇଛି: ଡୋନାଲଡ୍ ଟ୍ରମ୍ପ୍

Image Source: Hindustan Times

ୱାସିଂଟନ୍: ବିଗତ ୩୦ ବର୍ଷ ହେବ ଚୀନ୍ ଆମେରିକାର ଫାଇଦା ନେଇ ‘ବିଶ୍ବ ବାଣିଜ୍ୟ ସଂସ୍ଥାନ’ର ଉପଯୋଗ କରିଛି, ତାହା ଆମେରିକା ପ୍ରତି ଅନ୍ୟାୟ ବୋଲି ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍ ଅଭିଯୋଗ କରିଛନ୍ତି।

କରୋନାଭାଇରସ୍ ସଂକ୍ରାନ୍ତ ପ୍ରାତ୍ୟେହିକ ହ୍ବାଇଟ୍ ହାଉସ୍ ସମ୍ମିଳନୀରେ ଚୀନ୍‌ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍ କହିଛନ୍ତି ଯେ ଚୀନ୍ ଅବିଶ୍ବନୀୟ ଭାବେ ଆମର ଏବଂ ଅନ୍ୟ ଦେଶମାନଙ୍କର ଫାଇଦା ନେଇଛି। ଆପଣ ଜାଣନ୍ତି ଚୀନକୁ ବିକାଶଶୀଳ ଦେଶ ବୋଲି ବିବେଚନା କରାଯାଉଛି। ତେବେ ମୁଁ କହୁଛି ଆମକୁ ମଧ୍ୟ ବିକାଶଶୀଳ ଦେଶ ଭାବେ ବିବେଚନା କରାଯାଉ।

ସେ କହିଛନ୍ତି ବିକାଶଶୀଳ ଦେଶ ହୋଇଥିବାରୁ ଚୀନ୍ ଖୁବ୍ ଫାଇଦା ଉଠାଉଛି। ଭାରତ ଏକ ବିକାଶଶୀଳ ଦେଶ। ଯୁକ୍ତରାଷ୍ଟ୍ର ଆମେରିକା ଗୋଟାଏ ବଡ଼ ବିକଶିତ ଦେଶ। ତଥାପି ଆମର ଅନେକ କ୍ଷେତ୍ରରେ ବିକାଶ କରିବାକୁ ବାକି ଅଛି।

publive-image Image Source: Zee News

ବିକାଶଶୀଳ ଦେଶ ହୋଇଥିବାରୁ ସେମାନଙ୍କୁ ସୁବିଧା ଦିଆଯାଉଛି। ଅନେକ ବର୍ଷ ଧରି ଚୀନ୍ ଯୁକ୍ତରାଷ୍ଟ୍ର ଆମେରିକାକୁ ଶୋଷଣ କରିଛି। ତା’ପରେ ମୁଁ ଆସିଲି। ଆପଣ ଜାଣନ୍ତି ଏବେ ଚୀନ୍ ୨୫% ପୈଠ କରୁଛି।

ଯୁକ୍ତରାଷ୍ଟ୍ର ଆମେରିକା ସହାୟତାରେ ବିଶ୍ବ ବାଣିଜ୍ୟ ସଂସ୍ଥାନରେ ଯୋଗ ଦେବା ପରେ ହିଁ ଚୀନର ଅର୍ଥନୀତି ବିକଶିତ ହେବା ଆରମ୍ଭ କରିଥିଲା। ସେତେବେଳ ଏ ସଂସ୍ଥାନର ନୀତି ନିୟମ ଆମେରିକା ପ୍ରତି ଅନୁକୂଳ ନ ଥିଲା। ମୁଁ କିନ୍ତୁ, ଏବେ ତାହା କରାଇ ଦେବି ନାହିଁ। ଯଦି ଚୀନ୍ ଆମ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ ନ କରେ, ବିଦା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe