ଶେଷରେ ପରାଜୟ ସ୍ୱୀକାର କଲେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ: ଫଳାଫଳରେ ଖୁସି ନାହିଁ, କିନ୍ତୁ ୨୦ ତାରିଖରେ ଛାଡ଼ିଦେବି ପଦ

Advertisment
ଶେଷରେ ପରାଜୟ ସ୍ୱୀକାର କଲେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ: ଫଳାଫଳରେ ଖୁସି ନାହିଁ, କିନ୍ତୁ ୨୦ ତାରିଖରେ ଛାଡ଼ିଦେବି ପଦ

Bloomberg

ନୂଆଦିଲ୍ଲୀ:  ଆମେରିକା କଂଗ୍ରେସ ଦ୍ୱାରା ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ପରାଜୟକୁ ସ୍ବୀକାର କରିଥିବା ଜଣାପଡ଼ିଛି। ସେ କହିଛନ୍ତି, ‘ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, ଏକ ଐତିହାସିକ ରାଷ୍ଟ୍ରପତି ଯୁଗର ଅନ୍ତ ହେଲା। ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୂର୍ଣ୍ଣ ଅସହମତି ପ୍ରକାଶ କରୁଛି। ମାତ୍ର ମୁଁ ଜାନୁଆରି ୨୦ ତାରିଖରେ କ୍ଷମତାର ହସ୍ତାନ୍ତର କରିବି।’

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଟ୍ରମ୍ପ୍ ତାଙ୍କ ବୟାନରେ କହିଛନ୍ତି କି, ‘ମୁଁ ସବୁବେଳେ କହିଛି କି ସଠିକ୍ ଉପାୟରେ କିଭଳି ମତଦାନ ହୋଇପାରିବ ତାହା ଉପରେ ପ୍ରୟାସ ଜାରି ରଖିବି ଓ ନିର୍ବାଚନର ଫଳାଫଳକୁ କିଭଳି ଭାବେ ସ୍ୱଚ୍ଛ କରିହେବ ସେ ନେଇ ଚେଷ୍ଟା କରିବି। ଏବେ ମୋର ପ୍ରଥମ ଓ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳର ଅନ୍ତ ଘଟିଲା । ଆମେରିକାକୁ ପୃଥିବୀର ଶ୍ରେଷ୍ଟ ରାଷ୍ଟ୍ରଭାବେ ଗଢିତୋଳିବାର ଏହା ମୋର ପ୍ରଥମ ପର୍ଯ୍ୟାୟ ପ୍ରୟାସ ।’

publive-image

ଆମେରିକା କଂଗ୍ରେସ ଡେମୋକ୍ରେଟିକ୍ ପାର୍ଟିର ପ୍ରାଥୀ ଜୋ- ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇଛନ୍ତି । ଆମେରିକା କଂଗ୍ରେସ ଇଲେକ୍ଟ୍ରୋକାଲ କଲେଜ ଗଣତି ପରେ ବାଇଡେନଙ୍କୁ ବିଜୟୀ ଘୋଷଣା କରିଛନ୍ତି । ବାଇଡେନଙ୍କ ବ୍ୟତୀତ କମଲା ହାରିସଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ମଧ୍ୟ ବିଜୟୀ ଘୋଷଣା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe