କମଲା ହରିସ୍‌ଙ୍କ ସହ ‘ପ୍ରେସିଡେନ୍‌ସିଆଲ୍‌ ଡିବେଟ୍‌’ ପାଇଁ ରାଜି ହେଲେ ଟ୍ରମ୍ପ୍‌

Advertisment
କମଲା ହରିସ୍‌ଙ୍କ ସହ ‘ପ୍ରେସିଡେନ୍‌ସିଆଲ୍‌ ଡିବେଟ୍‌’ ପାଇଁ ରାଜି ହେଲେ ଟ୍ରମ୍ପ୍‌

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୪ ତାରିଖରେ ଉପରାଷ୍ଟ୍ରପତି କମଲା ହରିସଙ୍କ ସହ ପ୍ରେସିଡେନ୍‌ସିଆଲ୍‌ ଡିବେଟ୍‌ରେ (ରାଷ୍ଟ୍ରପତି ପ୍ରାର୍ଥୀମାନଙ୍କ ମଧ୍ୟରେ ହେବାକୁ ଥିବା ବିତର୍କ) ଯୋଗ ଦେବା ପାଇଁ ଫକ୍ସ ନ୍ୟୁଜର ଏକ ପ୍ରସ୍ତାବରେ ରାଜି ହୋଇଛନ୍ତି।

ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପଦର ଆଶାୟୀ ପ୍ରାର୍ଥୀ ହରିସ ଡେମୋକ୍ରାଟିକ୍‌ ନାମାଙ୍କନ ପାଇବା ପାଇଁ ଆବଶ୍ୟକୀୟ ପ୍ରତିନିଧୀ ଭୋଟ୍‌ ପାଇବା ପରେ ଏହି ଖବର ଆସିଛି। ଟ୍ରମ୍ପ୍‌ ଓ ହରିସ ପ୍ରଥମ ଥର ପାଇଁ ଏହି ବିତର୍କର ଅଂଶ ହେବେ। ଡେମୋକ୍ରାଟିକ୍‌ ପକ୍ଷରୁ ରାଷ୍ଟ୍ରପତି ଦୌଡ଼ରୁ ରାଷ୍ଟ୍ରପତି ଜୋ ବିଡେନ ପଛଘୁଞ୍ଚା ଦେବା ପରେ କମଲା ହରିସଙ୍କୁ ଦଳ ବାଛିଚି।

ଟ୍ରୁଥ୍ ସୋସିଆଲ୍‌ରେ ଏକ ପୋଷ୍ଟ୍‌ କରି ଟ୍ରମ୍ପ୍‌ କହିଛନ୍ତି ଯେ ହରିସଙ୍କ ସହ ପେନସିଲଭାନିଆରେ ଅନୁଷ୍ଠିତ ହେବାକୁ ଥିବା ‘ପ୍ରେସିଡେନ୍‌ସିଆଲ୍‌ ଡିବେଟ୍‌’ ପାଇଁ ମୁଁ ପ୍ରସ୍ତୁତ। ଯାହାକି ପୂର୍ବରୁ ଏବିସି ଦ୍ବାରା ଜୋ ବିଡେନ୍‌ଙ୍କ ଦ୍ବାରା ହେବାକୁ ଥିଲା।’ ସେ ଆହୁରି ବି କହିଛନ୍ତି ଯେ ଏହି ବିତର୍କ ପୂରା ଦର୍ଶକଙ୍କ ସମ୍ମୁଖରେ ହେବା ଆବଶ୍ୟକ। ଗତ ଜୁନ୍‌ରେ ସିଏନ୍‌ଏନ୍‌ ନ୍ୟୁଜ୍‌ ଦ୍ବାରା ହୋଇଥିବା ବିତର୍କ ପରି ନୁହେଁ। ଯାହାର କେହି ବି ଦର୍ଶକ ନଥିଲେ।

ପୂର୍ବରୁ କମଲା ହରିସ ଏହି ବିତର୍କ ପାଇଁ ରାଜି ଥିଲେ ବି ଟ୍ରମ୍ପ୍‌ ରାଜି ନଥିଲେ। କମଲା ହାରିସ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆନୁଷ୍ଠନିକ ‌ଭାବେ ଘୋଷଣା ହୋଇନଥିବାରୁ ବିତର୍କ ପାଇଁ ମନା କରି ଦେଇଥିଲେ ଟ୍ରମ୍ପ୍‌। ମାତ୍ର ଜୋ ବିଡେନ୍‌ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପରେ ଦଳ କମଲା ହାରିସଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିବା ପରେ ବିତର୍କ ପାଇଁ ଟ୍ରମ୍ପ୍‌ ଆଗ୍ରହ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe