ଜଳବାୟୁ ପରିବତ୍ତର୍ନ ଲାଗି ଭାରତ, ଚୀନ୍‌ ଓ ରୁଷ୍‌କୁ ଦାୟୀ କଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Advertisment
ଜଳବାୟୁ ପରିବତ୍ତର୍ନ ଲାଗି ଭାରତ, ଚୀନ୍‌ ଓ ରୁଷ୍‌କୁ ଦାୟୀ କଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଲଣ୍ଡନ୍‌: ଜଳବାୟୁ ପରିବର୍ତ୍ତନ ସମସ୍ୟା ସଂକ୍ରାନ୍ତରେ ଯୁବରାଜ ଚାର୍ଲସ୍‌ଙ୍କ ଦ୍ୱାରା ପ୍ରେରିତ ହୋଇ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଭାରତ, ଚୀନ୍‌ ଓ ରୁଷ୍‌କୁ ଦାୟୀ କରିଛନ୍ତି। ପରିସ୍ଥିତିକୁ ସୁଧାରିବା ପାଇଁ ସମ୍ପୃକ୍ତ ଦେଶମାନେ ଯଥେଷ୍ଟ କିଛି କରୁ ନ ଥବା କଥା ସେ କହିଛନ୍ତି। ସେ ଆହୁରି କହିଛନ୍ତି କି, ଯୁକ୍ତରାଷ୍ଟ୍ର ଆମେରିକାର ଜଳବାୟୁ ସବୁଠୁ ନିର୍ମଳ।

ତ୍ରିଦିବସୀୟ ଇଂଲଣ୍ଡ ଗସ୍ତର ଶେଷ ଦିନ ଆଇଟିଭି ସହ ସାକ୍ଷାତ୍‌କାର ସମୟରେ ଟ୍ରମ୍ପ୍‌ ଏ କଥା କହିଛନ୍ତି। ପୋର୍ଟସ୍‌ମାଉଥ୍‌ ଠାରେ ‘ଡି-ଡେ ଲ୍ୟାଣ୍ଡିଙ୍ଗ୍‌’ର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଟ୍ରମ୍ପ୍‌ ରାଣୀ ଏଲିଜାବେଥ୍‌, ଫ୍ରାନ୍‌ସ୍‌ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌, ଜର୍ମାନ୍‌ ଚାନ୍‌ସେଲର୍‌ ଏଞ୍ଜେଲା ମର୍କେଲ୍‌, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁତ୍ୟୁ ଏବଂ ଅନ୍ୟମାନଙ୍କୁ ଭେଟିଥିଲେ।

publive-image Image Source: Hindustan Times

ଟ୍ରମ୍ପ୍‌ କହିଛନ୍ତି କି, ଆଲୋଚନାରେ ସବୁଠୁ ଅଧିକ କହିଥିଲେ ଚାର୍ଲସ୍‌। ସେ ଆମୂଳଚୂଳ ଶୁଣିଥିଲେ। ସମସ୍ୟା ପ୍ରତି ଯୁବରାଜଙ୍କ ଆବେଗକୁ ଟ୍ରମ୍ପ୍‌ ପ୍ରଶଂସା କରିବା ସହ ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ କରିବାକୁ ସେ ଦେଇଥିବା ପ୍ରସ୍ତାବକୁ କଥାର ପ୍ରତ୍ୟୁତ୍ତର ଦେଇଥିଲେ।
ସେ କହିଲେ: ମୁଁ କହିଛି, ସମସ୍ତ ପରିସଂଖ୍ୟାନକୁ ଆଧାର କଲେ ଏବେ ଯୁକ୍ତରାଷ୍ଟ୍ର ଆମେରିକାର ଜଳବାୟୁ ସବୁଠୁ ନିର୍ମଳ। ଏବଂ ତାହା ଆହୁରି ଉତ୍ତମ ହୋଇ ଚାଲିଛି।

ଚୀନ୍‌, ଭାରତ, ରୁଷ୍‌ ଏବଂ ଅନ୍ୟାନ୍ୟ ବହୁ ଦେଶରେ ପବନ, ପାଣି ଭଲ ନାହିଁ, ପ୍ରଦୂଷଣ ସଂକ୍ରାନ୍ତରେ ସେମାନେ ସଚେତନ ନୁହନ୍ତି। କେତେକ ନିର୍ଦ୍ଦିଷ୍ଟ ସହରରେ ନିଃଶ୍ୱାସ ନେଇ ହେଉ ନାହିଁ। ସେମାନେ କିଛି କରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe