Photo Courtesy of Sify. com
ଓ୍ଵାସିଂଟନ୍: ହ୍ଵାଇଟ୍ ହାଉସ୍ରେ ଦୀପାବଳି ପାଳନ କରିବା ଅବକାଶରେ ବିଜ୍ଞାନ, ଔଷଧ, ବାଣିଜ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଭାରତୀୟମାନଙ୍କର ଅସାଧାରଣ ଅବଦାନକୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରଶଂସା କରିଛନ୍ତି।
ଜାତିସଂଘ ପ୍ରତି ରାଷ୍ଟ୍ରଦୂତ ନିକ୍କି ହେଲି ଏବଂ ସେଣ୍ଟର୍ ଫର୍ ମେଡିକେୟାର୍ ଏବଂ ମେଡିକେଡ୍ ସର୍ଭିସେସ୍ର ପ୍ରଶାସିକା ସୀମା ବର୍ମାଙ୍କ ସମେତ ପ୍ରଶାସନର ବରିଷ୍ଠ ଆମେରିକୀୟ-ଭାରତୀୟ ସଦସ୍ୟ ଟ୍ରମ୍ପ୍ଙ୍କ ସହ ଯୋଗ ଦେଇଥିଲେ।
Photo Courtesy of One Indiaୟୁଏସ୍ ଫେଡ଼େରାଲ୍ କମ୍ୟୁନିକେସନ୍ସ୍ କମିସନ୍ର ଚେୟାର୍ମ୍ୟାନ୍ ଅଜିତ ପାଇ ଏବଂ ପ୍ରିନ୍ସିପାଲ୍ ଡେପୁଟି ପ୍ରେସ୍ ସେକ୍ରେଟାରି ରାଜ ଶାହା ମଧ୍ୟ ଦୀପାବଳି ଉତ୍ସବରେ ଯୋଗ ଦେଇଥିଲେ।
ଆମେ ମଧ୍ୟ ଦୀପାବଳି ପାଳନ କରୁ, ବିଶେଷ କରି ଆମେ ବିଶ୍ୱର ସର୍ବ ବୃହତ୍ ଗଣତନ୍ତ୍ରର ନିର୍ମାତା, ହିନ୍ଦୁ ଧର୍ମର ଉତ୍ସ, ଭାରତୀୟ ଜନଗଣଙ୍କୁ ସ୍ମରଣ କରୁ ବୋଲି ଟ୍ରମ୍ପ୍ ଏକ ଫେସ୍ବୁକ୍ ପୋଷ୍ଟ୍ରେ କହିବା ସହ ଓଭାଲ୍ ଅଫିସ୍ ମଧ୍ୟରେ ତାଙ୍କ ଦ୍ୱାରା ପାଳିତ ଦୀପାବଳୀର ଭିଡିଓ ମଧ୍ୟ ପୋଷ୍ଟ୍ କରିଛନ୍ତି।
Photo Courtesy of NBTପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଅତି ଦୃଢ଼ ସମ୍ପର୍କକୁ ସେ ଖୁବ୍ ଗୁରୁତ୍ୱ ଦିଅନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି।
ଟ୍ରମ୍ପ୍ କହିଲେ ଏତେ ଜଣ ପ୍ରଶାସନିକ ଅଧିକାରୀ ଏବଂ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ନେତାମାନଙ୍କ ସହ ଯୋଗ ଦେଇ ଆଲୋକର ପର୍ବ ଦୀପାବଳି ପାଳନ କରିଥିବାରୁ ସେ ଖୁବ୍ ଗୌରବାନ୍ଵିତ।
ଉତ୍ସବରେ ରାଷ୍ଟ୍ରପତିଙ୍କ ଝିଅ ଆଇଓ୍ଵାଙ୍କା ମଧ୍ୟ ଯୋଗ ଦେଇଥିଲେ ବୋଲି ହ୍ଵାଇଟ୍ ହାଉସ୍ ତରଫରୁ ରିଲିଜ୍ ହୋଇଥିବା ଏକ ଫଟୋରୁ ଜଣା ପଡ଼ିଛି।
ନିଜ ମନ୍ତବ୍ୟରେ ଟ୍ରମ୍ପ୍ କହିଛନ୍ତି ଯେ ଭାରତୀୟ-ଆମେରିକୀୟ ପଡ଼ୋଶୀମାନେ ଏବଂ ବନ୍ଧୁମାନଙ୍କର ଦେଶ ପାଇଁ ଓ ବିଶ୍ୱ ପାଇଁ ଅବଦାନ ଅତୁଳନୀୟ।
କଳା, ବିଜ୍ଞାନ, ଔଷଧ, ବାଣିଜ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଆପଣମାନଙ୍କ ଅବଦାନ ଅସାଧାରଣ। ବିଶେଷକରି ସାହସର ସହ ଆମର ସଶସ୍ତ୍ରବାହିନୀରେ ଏବଂ ଆମ ମହାନ ଦେଶବ୍ୟାପୀ କମ୍ୟୁନିଟିଗୁଡ଼ିକରେ ଫାଷ୍ଟ୍ ରେସ୍ପଣ୍ଡର୍ ଭାବେ କାର୍ଯ୍ୟରତ ଭାରତୀୟ-ଆମେରିକୀୟମାନଙ୍କ ପ୍ରତି ଆମେରିକା ଅନୁଗୃହୀତ ବୋଲି ସେ କହିଛନ୍ତି।
Photo Courtesy of Scroll. inପିପଲ୍ସ୍ ହାଉସ୍ରେ ଆଜି ଆମେ ସଗୌରବେ ଏହି ଅବକାଶ ପାଳନ କରୁଛୁ। ଏହାକୁ ପାଳନ କରି ଆମେ ପୁନଃନିଶ୍ଚିତ କରୁଛୁ ଯେ ଭାରତୀୟ-ଆମେରିକୀୟ ଏବଂ ହିନ୍ଦୁ-ଆମେରିକୀୟମାନେ ସତରେ ଆମ ବିଶାଳ ଆମେରିକୀୟ ପରିବାରରେ ସମ୍ମାନିତ, ସଂରକ୍ଷିତ ଏବଂ ସ୍ନେହୀ ସଦସ୍ୟ ଅଟନ୍ତି।
ହିନ୍ଦୁ ଧର୍ମରେ ଦୀପାବଳି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉତ୍ସବ।
ନବ ବର୍ଷ ନିମନ୍ତେ ଶାନ୍ତି ଏବଂ ସମୃଦ୍ଧିର ଏଇ ବେଳା ଓ ପ୍ରଥାକୁ ବିଶ୍ୱବ୍ୟାପୀ ୧ ବିଲିୟନ୍ ହିନ୍ଦୁ ଏବଂ ଆମେରିକାସ୍ଥିତ ୨ ନିୟୁତରୁ ହିନ୍ଦୁମାନେ ବଜାୟ ରଖିଛନ୍ତି। ଆମେରିକା, ଭାରତ ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହାକୁ ନିୟୁତ ନିୟୁତ ବୌଦ୍ଧଧର୍ମାବଲମ୍ବୀ, ଶିଖ୍ ଏବଂ ଜୈନମାନେ ପାଳନ କରନ୍ତି ବୋଲି ସେ କହିଛନ୍ତି।
Photo Courtesy of The Indian Expressହ୍ଵାଇଟ୍ ହାଉସ୍ରେ ଦୀପାବଳି ପାଳନ ପରମ୍ପରା ପ୍ରଥମେ ରାଷ୍ଟ୍ରପତି ଜର୍ଜ ବୁସ୍ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।
ତାଙ୍କ ଅମଳରେ ହ୍ଵାଇଟ୍ ହାଉସ୍ ପରିସରର ଅଂଶ, ଇଣ୍ଡିଆ ଟ୍ରିଟି ରୁମ୍ ପାଖ କୋଠାରେ ଅଧିକାଂଶ ଥର ପାଳନ କରାଯାଉଥିଲା।
ବୁସ୍ ବ୍ୟକ୍ତିଗତ ଭାବେ କେବେ ହେଲେ ହ୍ଵାଇଟ୍ ହାଉସ୍ ଦୀପାବଳିରେ ଭାଗ ନେଇ ନ ଥିଲେ।
ନିଜ ରାଷ୍ଟ୍ରପତିତ୍ୱର ପ୍ରଥମ ବର୍ଷ ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା ହ୍ଵାଇଟ୍ ହାଉସ୍ର ପୂର୍ବଦିଗସ୍ଥିତ କୋଠରିରେ ଆଳଙ୍କାରିକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।
୨୦୧୬ରେ ନିଜ କାର୍ଯ୍ୟକାଳ ଶେଷ ବର୍ଷ ଓବାମା ପ୍ରଥମ ଥର ଲାଗି ଓଭାଲ୍ ଅଫିସ୍ରେ ଆଲୋକ ପର୍ବ ପାଳନ କରିଥିଲେ।
Follow Us