ଭାରତ ଗସ୍ତ ଆରମ୍ଭ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନକୁ କେନ୍ଦ୍ର କରି ଟୁଇଟରରେ ଆରମ୍ଭ ହେଲା ବିତର୍କର ଝଡ଼

Advertisment
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାସଭବନରେ ଏଫବିଆଇର ଚଢ଼ାଉ

NDTV

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦୁଇ ଦିନିଆ ଭାରତଗସ୍ତ ଆରମ୍ଭ କରିବାର ଅବ୍ୟବହିତ ପୂର୍ବରୁ ଆଜି ଓ୍ଵାଶିଂଟନ୍‌ ଠାରେ ଦେଇଥିବା ବିବୃତିକୁ କେନ୍ଦ୍ର କରି ଏବେ ଟୁଇଟରରେ ଏକ ବିତର୍କର ଝଡ଼ ଆରମ୍ଭ ହୋଇଯାଇଛି।

ଅହମ୍ମଦାବାଦରେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବିମାନବନ୍ଦର ଠାରୁ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ରୋଡ୍‌ ସୋ’ କାଳରେ ରାସ୍ତାର ଉଭୟ ପାର୍ଶ୍ୱରେ ୭ ମିଲିୟନ (୭୦ ଲକ୍ଷ) ଭାରତୀୟ ଧାଡ଼ିବାନ୍ଧି ଅପେକ୍ଷା କରି ରହିଥିବେ ବୋଲି ବୟାନ ପରେ ପରେ ଟୁଇଟରରେ ଏହି ବିତର୍କର ଝଡ଼ ଆରମ୍ଭ ହୋଇଛି।

ଟୁଇଟର ବ୍ୟବହାରକାରୀମାନେ କହିଛନ୍ତି ଯେ ୨୦୧୧ରେ ହୋଇଥିବା ଜନଗଣନା ଅନୁଯାୟୀ ଅହମ୍ମଦାବାଦର ଜନସଂଖ୍ୟା ଥିଲା ୫୫ ଲକ୍ଷ ବା ୫.୫ ମିଲିୟନ। ଏବେ ୨୦୨୦ରେ ତାହା ବଢ଼ି ୮୬ ଲକ୍ଷ ବା ୮.୬ ମିଲିୟନ ହୋଇଥିବ ବୋଲି ଆଶା କରାଯାଉଛି। ତେଣୁ, ଏ ପରିସ୍ଥିତିରେ ଅହମ୍ମଦାବାଦରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇବା ପାଇଁ ୭ ମିଲିୟନ (୭୦ ଲକ୍ଷ) ଭାରତୀୟ ଧାଡ଼ିବାନ୍ଧିକୁ ଆସିବେ କୁଆଡ଼ୁ? ବୋଲି ଟୁଇଟର ବ୍ୟବହାରକାରୀମାନେ ପ୍ରଶ୍ନ କରିଛନ୍ତି।

ଏହାର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ‘ଏତେ ସବୁ କଥା ମୁଁ ଜାଣେ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ମୋର ଭଲ ବନ୍ଧୁ। ସେ ମୋତେ କହିଛନ୍ତି, ଅହମ୍ମଦାବାଦରେ ମୋତେ ସ୍ୱାଗତ ଜଣାଇବା ପାଇଁ ବିମାନବନ୍ଦର ଠାରୁ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ରୋଡ୍‌ ସୋ’ କାଳରେ ରାସ୍ତାର ଉଭୟ ପାର୍ଶ୍ୱରେ ୭ ମିଲିୟନ (୭୦ ଲକ୍ଷ) ଭାରତୀୟ ଧାଡ଼ିବାନ୍ଧି ଅପେକ୍ଷା କରି ରହିଥିବେ ବୋଲି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe