ଆମେରିକାର ରାଷ୍ଟ୍ରପତି ହେବାକୁ ଚାହୁଁ ନ ଥିଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଆମେରିକାର ରାଷ୍ଟ୍ରପତି ହେବାକୁ ଚାହୁଁ ନ ଥିଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Courtesy of News18

ଓ୍ଵାସିଂଟନ୍‌: ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହେବାକୁ ଚାହୁଁ ନ ଥିଲେ। ଗତବର୍ଷ ଡୋନାଲଡ୍‌ ଆଶ୍ଚର୍ଯ୍ୟଜନକ ଭାବେ ନିର୍ବାଚନ ଜିଣବ କଥା ଜାଣିବା ପରେ ଫାଷ୍ଟ୍‍ ଲେଡି ମେଲାନିଆ କାନ୍ଦି ପକାଇ ଥିଲେ। ଅବଶ୍ୟ ତାଙ୍କ ଲୁହ ଆନନ୍ଦର ଲୁହ ନ ଥିଲା। ଏ କଥା ଲେଖା ଯାଇଛି ଜଣେ ଆମେରିକୀୟ ସାମ୍ବାଦିକଙ୍କ ନୂତନ ପୁସ୍ତକରେ।

ମାଇକେଲ୍‌ ଉଲଫ୍‌ଙ୍କ ରଚିତ ‘ଫାୟାର୍‌ ଆଣ୍ଡ୍‌ ଫ୍ୟୁରି: ଇନ୍‌ସାଇଡ୍‌ ଦି’ ଟ୍ରମ୍ପ୍‌ ହ୍ଵାଇଟ୍‌ ହାଉସ୍‌’ ନାମିତ ବହିରେ କୁହାଯାଇଛି ନିର୍ବାଚନ ଜିଣିବା ଟ୍ରମ୍ପ୍‌ଙ୍କ ଚରମ ଲକ୍ଷ ନ ଥିଲା।

ନିର୍ବାଚନ ଦୌଡ଼ ଆରମ୍ଭରେ ସେ ନିଜର ସହଯୋଗୀ ସାମ୍‌ ନନ୍‌ବର୍ଗଙ୍କୁ କହିଥିଲେ: ନିର୍ବାଚନ ଜିଣିବା ଆଦୌ ତାଙ୍କର ଚରମ ଲକ୍ଷ ନ ଥିଲା। ଦୁନିଆର ସବୁଠୁ ପ୍ରସିଦ୍ଧ ବ୍ୟକ୍ତି ହୋଇ ପାରିବା ଥିଲା ତାଙ୍କର ଉଦ୍ଦେଶ୍ୟ। ଏ ଭଳି ଅନେକ ଆଚମ୍ବିତ କଥା ସେ ପୁସ୍ତକରେ ଛାପା ଯାଇଛି।

ଆସନ୍ତା ସପ୍ତାହରେ ବହି ଦୋକାନରେ ମିଳିବାକୁ ଯାଉଥିବା ଏହି ପୁସ୍ତକର ବିଷୟବସ୍ତୁକୁ ହ୍ଵାଇଟ୍‌ ହାଉସ୍‌ ତରଫରୁ ସମାଲୋଚନା କରାଯାଇଛି।
ବ୍ୟକ୍ତି ବିଶେଷଙ୍କ ଠାରୁ ମିଥ୍ୟା ଏବଂ ଭ୍ରମାତ୍ମକ ବର୍ଣ୍ଣନା ଯୋଗାଡ଼ କରାଯାଇ ଏହି ପୁସ୍ତକରେ ଛାପା ଯାଇଛି। ପ୍ରକୃତରେ ସେ ଲୋକମାନଙ୍କର ହ୍ଵାଇଟ୍‌ ହାଉସ୍‌ ସହ କୌଣସି ଯୋଗସୂତ୍ର ନାହିଁ।

ଏ ବହିକୁ ଏକ ନିମ୍ନ ମାନର ଟାବ୍‌ଲଏଡ୍‌ ଫିକ୍‌ସନ୍‌ ବୋଲି ହ୍ଵାଇଟ୍‌ ହାଉସ୍‌ କହିଛି। ବହି ରଚନା ପାଇଁ ଲେଖକ ହ୍ଵାଇଟ୍‌ ହାଉସ୍‌ରୁ କୌଣସି ତଥ୍ୟ ପାଇ ନାହାନ୍ତି। ସ୍ପଷ୍ଟ ଭାବେ କହିବାକୁ ଗଲେ ଲେଖକ କଦାପି ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ବସିବାର ସୁଯୋଗ ପାଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe