ଭାରତ ସହ ଡୋନାଲ୍‌ଡ୍‌ ଟ୍ରମ୍ପ୍ ଯେଭଳି ସମ୍ପର୍କ ବଢ଼ାଇଛନ୍ତି, ଅନ୍ୟ କେଉଁ ଆମେରିକୀୟ ରାଷ୍ଟ୍ରପତିଙ୍କ ଅମଳରେ ତାହା ହୋଇନାହିଁ: ହ୍ବାଇଟ୍‌ ହାଉସ୍‌

Advertisment
ଭାରତ ସହ ଡୋନାଲ୍‌ଡ୍‌ ଟ୍ରମ୍ପ୍ ଯେଭଳି ସମ୍ପର୍କ ବଢ଼ାଇଛନ୍ତି, ଅନ୍ୟ କେଉଁ ଆମେରିକୀୟ ରାଷ୍ଟ୍ରପତିଙ୍କ ଅମଳରେ ତାହା ହୋଇନାହିଁ: ହ୍ବାଇଟ୍‌ ହାଉସ୍‌

Image Courtesy of The Hindu

ୱାସିଂଟନ୍: ଭାରତ ସହ ଆମେରିକାର ବନ୍ଧନ ଓ କ୍ରମବର୍ଦ୍ଧିଷ୍ଣୁ ସହଭାଗିତାକୁ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଯେଭଳି ମଜଭୁତ୍‌ କରିଛନ୍ତି ଅନ୍ୟ କୌଣସି ରାଷ୍ଟ୍ରପତିଙ୍କ ଶାସନକାଳରେ ତାହା ହୋଇ ନ ଥିବା କଥା ହ୍ବାଇଟ୍‌ ହାଉସ୍‌ କହିଛି।

ଆଗାମୀ ବର୍ଷମାନଙ୍କରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ଗୁରତ୍ବପୂର୍ଣ୍ଣ ସହଭାଗିତାକୁ ଗଢ଼ି ଚାଲିବେ ବୋଲି ହ୍ବାଇଟ୍‌ ହାଉସ୍ ଗୁରୁତ୍ବାରୋପ କରିକହିଛି।

ସୋମବାର ଦିନ ହ୍ବାଇଟ୍‌ ହାଉସ୍‌ର ଜାତୀୟ ନିରାପତ୍ତା ପରିଷଦ୍‌ର ଜଣେ ବରିଷ୍ଠ ପ୍ରଶାସନୀୟ କର୍ମଚାରୀ କହିଛନ୍ତି, ଗତ ସାଢ଼େ ତିନି ବର୍ଷ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ୍ ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ସମ୍ପର୍କକୁ ପ୍ରାଥମିକତା ଦେଇ ସହଭାଗିତାର ସମସ୍ତ ଦିଗକୁ ସମ୍ପ୍ରସାରଣ କରିବାକୁ କାମ କରିଛନ୍ତି।

publive-image Image Courtesy of Business Today

ଦୁଇ ଦେଶର ଗଣତାନ୍ତ୍ରିକ ମୂଳଦୁଆ ଥିବାରୁ ଏବଂ କୋଭିଡ୍-୧୯ ପରେ ବୈଶ୍ବିକ ଅର୍ଥନୀତିର ପୁନଃନିର୍ମାଣରେ ପାରସ୍ପରିକ ଆଗ୍ରହ, ବୈଶ୍ବିକ ଯୋଗାଣ ଶୃଙ୍ଖଳ ବହୁବିଧତା, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଅବାଧ ଓ ମୁକ୍ତ  କରାଇବାକୁ ସେମାନଙ୍କର ଥିବାରୁ ରାଷ୍ଟ୍ରପତି ଟ୍ରମ୍ପ୍ ଆଗାମୀ ବର୍ଷମାନଙ୍କରେ ଏହି ଜଟିଳ ସହଭାଗିତା ଚାଲୁ ରଖିବେ। ଏହାଛଡ଼ା, ରାଷ୍ଟ୍ରପତି ଟ୍ରମ୍ପ୍‌ ପ୍ରଥମ ଅଣ-ଚୁକ୍ତି ସ୍ବାକ୍ଷରିତ ମିତ୍ର ରାଷ୍ଟ୍ର ଭାବେ ଭାରତକୁ ସଶସ୍ତ୍ର ‘ଏମ୍‌କ୍ୟୁ-୯ ଅନ୍‌ମ୍ୟାନ୍‌ଡ୍‌ ଏରିୟଲ୍ ସିଷ୍ଟମ୍’ ଯାଚିଛନ୍ତି।

ଫେବ୍ରୁଆରି ୨୪ ରୁ ୨୬ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଐତିହାସିକ ଭାରତ ଗସ୍ତ ସମୟରେ ଉଭୟ ମୋଦୀ ଓ ଟ୍ରମ୍ପ୍ ଦୁଇ ଦେଶର ସମ୍ପର୍କକୁ ‘କମ୍ପ୍ରିହେନ୍‌ସିଭ୍ ଗ୍ଲୋବାଲ୍ ଷ୍ଟ୍ରାଟେଜିକ୍ ପାର୍ଟନର୍‌ସିପ୍’କୁ ବୃଦ୍ଧି କରିଛନ୍ତି। ୨୦୧୭ ଜୁନ୍ ୨୬ ତାରିଖରେ ରଷ୍ଟ୍ରପତି ଟ୍ରମ୍ପ୍ ଦାୟିତ୍ବ ଗ୍ରହଣ କରିବା ପରେ ହ୍ବାଇଟ୍‌ ହାଉସ୍‌ ପରିଦର୍ଶନରେ ଆସିଥିବା ବିଦେଶୀ ନେତାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟତମ। ୨୦୧୯ ସେପ୍ଟେମ୍ବରରେ ଟେକ୍ସାସ୍‌ର ହଷ୍ଟନ୍ ଠାରେ ‘ହାଓଡି ମୋଦୀ’ ଅନୁଷ୍ଠାନର ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମରେ ଦୁଇ ନେତା ମଧ୍ୟ ମିଳିତ ଅଭିଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe