ଟ୍ରମ୍ପଙ୍କ ଝଟକା: ଗ୍ରୀନ୍ କାର୍ଡ ଏବଂ ନିଯୁକ୍ତି ଭିସା ଉପରେ ଲାଗିଥିବା ପ୍ରତିବନ୍ଧକ ମାର୍ଚ୍ଚ ୩୧କୁ ବୃଦ୍ଧି

ଟ୍ରମ୍ପଙ୍କ ଝଟକା: ଗ୍ରୀନ୍ କାର୍ଡ ଏବଂ ନିଯୁକ୍ତି ଭିସା ଉପରେ ଲାଗିଥିବା ପ୍ରତିବନ୍ଧକ ମାର୍ଚ୍ଚ ୩୧କୁ ବୃଦ୍ଧି

ndtv

ନୂଆଦିଲ୍ଲୀ: ନିଜ କାର୍ଯ୍ୟକାଳର ଶେଷ ହୋଇଆସୁଥିବା ବେଳେ ଆମେରିକା ରହି କାମ କରୁଥିବା ଭାରତୀୟଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପ ଗ୍ରୀନ୍ କାର୍ଡ ଏବଂ ନିଯୁକ୍ତି ଭିସା ଉପରେ ଲଗାଇଥିବା ପ୍ରତିବନ୍ଧକକୁ ମାର୍ଚ୍ଚ ୩୧,୨୦୨୧ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି। କରୋନା ମହାମାରୀ ସମୟରେ ଏପରି କଟକଣା ଜରୁରୀ ବୋଲି କହି ସେ ଗୁରୁବାର ଦିନ ଏହା ସହ ଜଡିତ ଏକ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି।

ଟ୍ରମ୍ପଙ୍କ ଆଦେଶରେ, ଆମେରିକାର ଶ୍ରମ ବଜାର ଏବଂ ଆମେରିକାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ କରୋନାର ପ୍ରଭାବ ବ୍ୟାପକ ସ୍ତରରେ ପଡ଼ିବା କଥା କହିବା ସହ ଗତ ବର୍ଷ ମଧ୍ୟଭାଗରୁ ବେରୋଜଗାର ହାର ବଢ଼ିବା, କରୋନା ମାହାମାରୀ ପାଇଁ ବ୍ୟବସାୟ ଉପରେ ଲକଡାଉନର ପ୍ରଭାବ ପଡ଼ିବା ଏବଂ ଆଗକୁ କରୋନା ଭୂତାଣୁ ସଂକ୍ରମଣର ବୃଦ୍ଧି ବିଷୟରେ ଉଲ୍ଲେଖ କରାଯାଇଛି।

अमेरिका के राष्ट्रपति डोनाल्ड ट्रंप (फोटो-पीटीआई) aajtak

ଟ୍ରମ୍ପ କହିଛନ୍ତି ଯେ, ଏହି ପ୍ରତିବନ୍ଧକ ମାର୍ଚ୍ଚ ୩୧, ୨୦୨୧ରେ ଶେଷ ହେବ ଏବଂ ଆବଶ୍ୟକ ଅନୁଯାୟୀ ଏହାକୁ ସରକାର ଆଗକୁ ମଧ୍ୟ ଜାରି କରିପାରିବେ। ଏହାର ଅର୍ଥ ହେଉଛି ଗ୍ରୀନ କାର୍ଡ ଏବଂ ନିଯୁକ୍ତି ଭିସା ଉପରେ ନିଷେଧାଦେଶର ଉପରେ ଲାଗିଥିବା ପ୍ରତିବନ୍ଧକ ହଟିବ କି ନାହିଁ, ତାହା କରୋନା ସଂକ୍ରମଣ ଉପରେ ନିର୍ଭର କରିବ।

ଉଲ୍ଲେଖଯୋଗ୍ୟ, ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଜାନୁଆରୀ ୨୦ରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି। ଏହା ପରେ ସେ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ବଦଳାଇବାକୁ ଘୋଷଣା କରିଛନ୍ତି, ଯଦିଓ ଏହି ନିଷ୍ପତ୍ତି ଉପରେ ତାଙ୍କର ପ୍ରତିକ୍ରିୟା ସ୍ପଷ୍ଟ ହୋଇ ନାହିଁ। ବାଇଡେନ ଏହି ପ୍ରତିବନ୍ଧକକୁ ସମାଲୋଚନା କରିଥିଲେ ମଧ୍ୟ ଏହାର ଜବାବରେ ବାଇଡେନ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ପରିବର୍ତ୍ତନ କରିବେ କି ନାହିଁ, ତାହା ସ୍ପଷ୍ଟ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe