ଭୋଟ୍‌ ଯୋଗାଡ଼ କରିବାକୁ ରାଜ୍ୟ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Advertisment
କ୍ଷମତା ଛାଡ଼ି ନପାରନ୍ତି ଟ୍ରମ୍ପ, ୧୦ ପୂର୍ବତନ ପ୍ରତିରକ୍ଷା ସଚିବଙ୍କ ଚିଠି

Image Courtesy of NDTV

ଓ୍ଵାସିଂଟନ୍‌: ଦକ୍ଷିଣପ୍ରାନ୍ତ ରାଜ୍ୟ ଜର୍ଜିଆରେ ଜୋ ବାଇଡେନ୍‌ଙ୍କ ବିଜୟକୁ ଓଲଟପାଲଟ କରିବାକୁ ତାଙ୍କ ପାଇଁ ଯଥେଷ୍ଟ ଭୋଟ୍‌ ଯୋଗାଡ଼ କରିବାକୁ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଜର୍ଜିଆର ରାଜ୍ୟ ସଚିବଙ୍କ ଉପରେ ଚାପ ପକାଉଛନ୍ତି। ଶନିବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ ତାଙ୍କ ସହ ଏ ସଂକ୍ରାନ୍ତରେ ଟେଲିଫୋନ୍‌ରେ କଥାବାର୍ତ୍ତା କରିଥିବା ଏକ ଟେପ୍‌ରୁ ଜଣାପଡ଼ିଛି ବୋଲି ରବିବାର ଦିନ ଗଣମାଧ୍ୟମ ରିପୋର୍ଟ କରିଛି।

ସହଯୋଗୀ ରିପବ୍ଲିକାନ୍‌ ସମର୍ଥକ ବ୍ରାଡ୍‌ ରାଫେନ୍‌ସ୍ପେର୍ଗର୍‌ଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ୍‌ କରିଥିବା ବାର୍ତ୍ତାଳାପକୁ ଗୁପ୍ତରେ ରେକର୍ଡ କରାଯାଇଛି ବୋଲି ପ୍ରଥମେ ‘ଓ୍ଵାସିଂଟନ୍‌ ପୋଷ୍ଟ୍‍’ରେ ରିପୋର୍ଟ ପ୍ରକାଶ ପାଇଥିଲା। ତାଙ୍କ ଅନୁରୋଧ ରକ୍ଷା ନ କଲେ ରାଫେନ୍‌ସ୍ପେର୍ଗର୍‌ ଏବଂ ଜର୍ଜିଆର ଅନ୍ୟ ଜଣେ ଅଧିକାରୀ ଭୀଷଣ ବିପଦର ସମ୍ମୁଖୀନ ହୋଇପାରନ୍ତି ବୋଲି ଧମକ ପାଇଛନ୍ତି।

ଯଦି ଜର୍ଜିଆର ଜନତା ରାଗିଛନ୍ତି, ତେବେ ସମଗ୍ର ଦେଶର ଜନତା ରାଗିଛନ୍ତି ବୋଲି ଟ୍ରମ୍ପ୍‌ କହୁଥିବା ଉକ୍ତ ଟେପ୍‌ରୁ ଶୁଣାଯାଉଛି। ଏହି ଟେପ୍‌ର କିଛି ଅଂଶକୁ ‘ସିଏନ୍‌ଏନ୍‌’ ମଧ୍ୟ ପ୍ରସାରଣ କରିଛି।

publive-image Image Courtesy of Hindustan Times

ଟ୍ରମ୍ପ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ତୁମେ ଭୋଟ୍‌ର ପୁନଃଗଣନା କରିଛ ବୋଲି କହିବାରେ କୌଣସି ଅସୁବିଧା ନାହିଁ। ତୁମେ ହଜାର ହଜାର ଭୋଟ୍‌ ଗଣତି ଭୁଲ୍‌ କରିଛ।

ପ୍ରତ୍ୟୁତ୍ତରରେ ରାଫେନ୍‌ସ୍ପେର୍ଗର୍‌ କହୁଛନ୍ତି, କିନ୍ତୁ, ରାଷ୍ଟ୍ରପତି ମହୋଦୟ, ଆପଣ ଯେଉଁ ଆହ୍ଵାନ ଦେଉଛନ୍ତି, ସେଥିରୁ ଜଣାପଡୁଛି ଆପଣଙ୍କ ପାଖରେ ଥିବା ତଥ୍ୟ ସବୁ ଭୁଲ୍‌।

ସୂଚନାଯୋଗ୍ୟ କି, ଏହି ରିପବ୍ଲିକାନ୍‌ ସମର୍ଥିତ ରାଜ୍ୟରୁ ବାଇଡେନ୍‌ ୧୨,୦୦୦ରୁ ଅଳ୍ପ କେତେ ଖଣ୍ଡ କମ୍‌ ଭୋଟ୍‌ରେ ଜିଣିଛନ୍ତି। ପୁନଃଗଣନା ଏବଂ ଅଡିଟ୍‌ କରାଯିବା ପରେ ମଧ୍ୟ ଏହି ସଂଖ୍ୟା ଅପରିବର୍ତ୍ତିତ ରହିଛି। ଏଥିରେ ଟ୍ରମ୍ପ୍‌ଙ୍କର କୌଣସି ଅଭିଯୋଗ ଫଳପ୍ରଦ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe