ହୋଟେଲ୍‌ ଓ ରିସର୍ଟ ବ୍ୟବସାୟରେ ମନୋନିବେଶ କରିବେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Advertisment
ହୋଟେଲ୍‌ ଓ ରିସର୍ଟ ବ୍ୟବସାୟରେ ମନୋନିବେଶ କରିବେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ନ୍ୟୁୟର୍କ: ଜୋ ବାଇଡେନ୍‌ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନରେ ପରାଜିତ ହୋଇ ମନଦୁଃଖରେ ହ୍ଵାଇଟ୍‌ ହାଉସ୍‌ ଛାଡ଼ିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ସମ୍ପ୍ରତି ତାଙ୍କ ହୋଟେଲ୍‌ ଓ ରିସର୍ଟ ବ୍ୟବସାୟ ପ୍ରତି ଧ୍ୟାନ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କୋଭିଡ୍‌-୧୯ ମହାମାରୀ, ସଟ୍‌ଡାଉନ୍‌ ଓ କଟକଣା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ତାଙ୍କ ପାରିବାରିକ ବ୍ୟବସାୟ ପ୍ରତି ଟ୍ରମ୍ପ୍‌ ଧ୍ୟାନ ଦେବେ। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ତାଙ୍କର ଡୋରାଲ୍‌ ଗଲ୍‌ଫ୍‌ ପ୍ରପର୍ଟିରେ ଥିବା ଏହି ବ୍ୟବସାୟ ପ୍ରାୟ ୪୦% ହ୍ରାସ ପାଇଛି। ଓ୍ଵାସିଂଟନ୍‌ରେ ଥିବା ତାଙ୍କ ହୋଟେଲ୍‌ ଏବଂ ଦୁଇଟି ସ୍କଟିସ୍‌ ରିସର୍ଟ ମଧ୍ୟ ବିପୁଳ କ୍ଷତି ସହିଛନ୍ତି।

publive-image Image Courtesy of The Gurdian

ତାଙ୍କ ଆର୍ଥିକ ସାମ୍ରାଜ୍ୟ ସଂକ୍ରାନ୍ତରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେତେକ ବ୍ୟାଙ୍କ୍‌, ରିୟଲ୍‌ ଇଷ୍ଟେଟ୍‌ ଦଲାଲ ଏବଂ ଗଲ୍‌ଫ୍‌ ସଂଗଠନ ଟ୍ରମ୍ପ୍‌ଙ୍କ କମ୍ପାନି ସହ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ୍‌ଙ୍କ କମ୍ପାନିର ଋଣ ଭାର ମଧ୍ୟ ୩୦୦ ନିୟୁତ ଡଲାର୍‌ରୁ ଅଧିକ ହୋଇଯାଇଛି। ଗତ ଚାରି ବର୍ଷ ମଧ୍ୟରେ ଏହି ଋଣ ବୋଝ ବୃଦ୍ଧି ପାଇଥିବା ଜଣାପଡ଼ିଛି। କିନ୍ତୁ, ଫ୍ଲୋରିଡାସ୍ଥିତ ପାମ୍‌ ବିଚ୍‌ରେ ଥିବା ତାଙ୍କା ‘ମାର୍‌-ଆ-ଲାଗୋ ରିସର୍ଟରୁ ଭଲ ଆୟ ହୋଇଛି।

publive-image Image Courtesy of Hindustan Times

ଗତ ଚାରିବର୍ଷ ହେବ ଏରିକ୍‌ ଟ୍ରମ୍ପ୍‌ ଏବଂ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଜୁନିୟର୍‌ ଟ୍ରମ୍ପ୍‌ଙ୍କ ପ୍ରତିଷ୍ଠାନ ଚଳାଇ ଆସୁଛନ୍ତି। ସେମାନଙ୍କ କହିବା କଥା ଯେ, ଏହି ଋଣରାଶି ଅତି ନଗଣ୍ୟ। କମ୍ପାନିର ଭବିଷ୍ୟତ ଖୁବ୍‌ ଉଜ୍ଜ୍ୱଳ। ବିଶେଷକରି, କମ୍ପାନିର ଗଲ୍‌ଫ୍‌ ରିସର୍ଟ ଏବଂ କୋର୍ସରୁ ଭଲ ବ୍ୟବସାୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe