ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍‌ଙ୍କ ବଡ଼ପୁଅଙ୍କ ପ୍ରେମିକା କରୋନାଭାଇରସ୍ ପଜିଟିଭ୍

Advertisment
ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍‌ଙ୍କ ବଡ଼ପୁଅଙ୍କ ପ୍ରେମିକା କରୋନାଭାଇରସ୍ ପଜିଟିଭ୍

Image Courtesy of Hindustan Times

ୱାସିଂଟନ୍: ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍‌ଙ୍କ ବଡ଼ପୁଅ ଡୋନାଲ୍‌ଡ୍ ଟ୍ରମ୍ପ୍‌ ଜୁନିୟର୍‌ଙ୍କ ପ୍ରେମିକା କରୋନାଭାଇରସ୍ ପଜିଟିଭ୍ ବାହାରିଥିବା କଥା ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଗଣମାଧ୍ୟମ ରିପୋର୍ଟ କରିଛି।

ଜୁନିୟର୍ ଟ୍ରମ୍ପ୍‌ଙ୍କ ସହ ଡେଟିଙ୍ଗ୍ କରୁଥିବା ‘ଫକ୍ସ୍‌ ନିଉଜ୍‌ ଟେଲିଭିଜନ୍’ ଉପସ୍ଥାପିକା କିମ୍ବର୍ଲି ଗିଲ୍‌ଫଏଲ୍ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ଜୁଲାଇ ଚାରି ତାରିଖ ଭାଷଣ ଏବଂ ମାଉଣ୍ଟ୍ ରସ୍‌ମୋର୍‌ରେ ଆତସବାଜି ଉତ୍ସବ ଦେଖିବାକୁ ଦକ୍ଷିଣ ଡାକୋଟା ଯାତ୍ରା କରିଥିଲେ।

ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ରୁଟିନ୍ ପରୀକ୍ଷାରୁ ଜଣାପଡ଼ିବା ପରେ ୫୧ ବର୍ଷୀୟ ଗିଲ୍‌ଫଏଲ୍‌ଙ୍କୁ ତୁରନ୍ତ ପୃଥକ୍‌ବାସ କରାଯାଇଥିବା କଥା ‘ଦ ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ କରିଛି।

publive-image Image Courtesy of News18

ଟ୍ରମ୍ପ୍‌ କ୍ୟାମ୍ପେନ୍‌ର ଆର୍ଥିକ କମିଟିର ଚିଫ୍ ଅଫ୍ ଷ୍ଟାଫ୍ ସେର୍ଜିଓ ଗର୍ ଏକ ବିବୃତିରେ କହିଛନ୍ତି, ସେ ସୁସ୍ଥ ହେଉଛନ୍ତି। ଲକ୍ଷଣରହିତ ଥିବାରୁ ସୁନିଶ୍ଚିତ ହେବାକୁ ପୁନର୍ବାର ନମୁନା ପରୀକ୍ଷା କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି କି, କନିଷ୍ଠ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ନମୁନା ନେଗେଟିଭ୍ ଆସିଛି, କିନ୍ତୁ ସତର୍କତାର ପଦକ୍ଷେପସ୍ବରୂପ ସେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ବାତିଲ କରି ଏକାନ୍ତବାସ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe