Image Courtesy of Zee News
ୱାଶିଂଟନ୍: ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ’ ବାଇଡେନ୍ଙ୍କ ଉପରେ ଚମତ୍କାରୀ ବିଜୟ ହାସଲ କରିବା ଚେଷ୍ଟାରେ ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।
ତାଙ୍କୁ ନିର୍ବାଚିତ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନା ଥିବା ରାଜ୍ୟମାନଙ୍କରେ ସେ ଦୁଇଦିନିଆ ପ୍ରଚାର ଚଳାଇବେ। ଆଉ ଚାରି ବର୍ଷ ସେ ହ୍ବାଇଟ୍ ହାଉସ୍ରେ ରହିବେ ନା, ୧୯୯୨ରେ ଦ୍ବିତୀୟ ପାଳି ଜିଣିବା ଲାଗି ଉଦ୍ୟମ କରିଥିବା ଜର୍ଜ ଏଚ୍. ଡବ୍ଲୁ. ବୁସ୍ଙ୍କ ପରି ବିଫଳ ହେବେ, ତାହା ଏହି ରାଜ୍ୟମାନେ ସ୍ଥିର କରିବେ ବୋଲି ଆଶା କରାଯାଉଛି।
Image Courtesy of The Economic Timesଅକ୍ଟୋବର ୨୭ରୁ ୨୯ ମଧ୍ୟରେ ରଏଟର୍ସ/ଇପ୍ସୋସ୍ କରିଥିବା ସଦ୍ୟତମ ପୋଲ୍ ଅନୁସାରେ, ବାଇଡେନ୍ ୫୧% ରୁ ୪୩% ଆଗୁଆ ରହୁଥିବା ଜଣାପଡ଼ିଥିଲା। କିନ୍ତୁ, ଦ୍ବିତୀୟ ପାଳିରେ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଥିବା ଟ୍ରମ୍ପ୍ ମଧ୍ୟ ବାଇଡେନ୍ଙ୍କର ଖୁବ୍ ନିକଟତର ଥିଲେ। ଏହାଛଡ଼ା, ଫ୍ଲୋରିଡା, ଉତ୍ତର କାରୋଲିନା ଏବଂ ଏରିଜୋନାରେ ଉଭୟଙ୍କର ଜନପ୍ରିୟତା ଥିବା କଥା ମଧ୍ୟ ରଏଟର୍ସ/ଇପ୍ସୋସ୍ ପୋଲ୍ରୁ ଜଣାପଡ଼ିଛି।
ଦୈନିକ ପାଞ୍ଚଟି କରି ରବିବାର ଓ ସୋମବାର ଦିନ ଟ୍ରମ୍ପ୍ ୧୦ଟି ରାଲି କରିବେ। ତାଙ୍କର ଆଶା ମଙ୍ଗଳବାର ‘ନିର୍ବାଚନ ଦିବସ’ରେ ସମର୍ଥକମାନେ ତାଙ୍କୁ ଯେପରି ବିପୁଳ ସଂଖ୍ୟାରେ ଭୋଟ୍ ଦିଅନ୍ତି।
ସୋମବାର ବିଳମ୍ବିତ ରାତ୍ର ରାଲିରେ ମିଚିଗାନ୍ର ଗ୍ରାଣ୍ଡ୍ ରାପିଡ୍ସ୍ରେ ସେ ଏହି ଦୁଇ ଦିନିଆ ପ୍ରଚାର ଅଭିଯାନ ଶେଷ କରିବେ। ୨୦୧୬ରେ ମଧ୍ୟ ଏହି ସ୍ଥାନରେ ସେ ପ୍ରଚାର ଅଭିଯାନ ଶେଷ କରିଥିଲେ।
Follow Us