ଫେବ୍ରୁଆରି ୨୪ରୁ ୨୬ ମଧ୍ୟରେ ଭାରତ ଗସ୍ତରେ ଆସି ପାରନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Advertisment
ଫେବ୍ରୁଆରି ୨୪ରୁ ୨୬ ମଧ୍ୟରେ ଭାରତ ଗସ୍ତରେ ଆସି ପାରନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Source: MSN

ନୂଆଦିଲ୍ଲୀ: ଫେବ୍ରୁଆରି ୨୪ରୁ ୨୬ ତାରିଖ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହା ହେବ ଟ୍ରମ୍ପ୍‌ଙ୍କର ପ୍ରଥମ ଭାରତ ଗସ୍ତ କିନ୍ତୁ, ଆନୁଷ୍ଠାନିକ ଭାବେ ଏ ସଂକ୍ରାନ୍ତରେ କୌଣସି ଘୋଷଣା କରାଯାଇନାହିଁ।

ଗତ କେତେ ମାସ ହେବ ବୁଝାମଣା ଚାଲିଥିବା ଦ୍ୱିପାକ୍ଷିକ ବ୍ୟାବସାୟିକ ରାଜିନାମାରେ ସେ ଏହି ଗସ୍ତ ସମୟରେ ସ୍ୱାକ୍ଷର କରିବେ।

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଚାଲିଥିବା ବେଳେ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଟ୍ରମ୍ପ୍‌ଙ୍କର ଭାରତ ଗସ୍ତ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହାଦ୍ୱାରା ଗତ କିଛି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସାମରିକ ଏବଂ ବ୍ୟାବସାୟିକ କ୍ଷେତ୍ରରେ ଦେଖା ଦେଇଥିବା ତିକ୍ତତା ହ୍ରାସ ପାଇବାର ସମ୍ଭାବନା ରହିଛି। ଇତିମଧ୍ୟରେ ଦୁଇ ଦେଶ ମଧ୍ୟରେ ଥିବା ବ୍ୟାବସାୟିକ ତିକ୍ତତା ବୁଝାମଣା ମାଧ୍ୟମରେ ସମାଧାନ ହୋଇଥିବା କଥା ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି।

publive-image Image Source: The Times of India

ଏହାଛଡ଼ା ଫେବ୍ରୁଆରି ମାସର ପ୍ରାରମ୍ଭରୁ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭାରତୀୟ ଦୂତାବାସକୁ ନୂତନ ରାଷ୍ଟ୍ରଦୂତ ହୋଇ ଯାଉଛନ୍ତି ତରନଜିତ ସିଂହ। ତାଙ୍କ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ହର୍ଷ ଶ୍ରିଙ୍ଗ୍‌ଲା ଜାନୁଆରି ୨୯ ତାରିଖରୁ ଭାରତର ବୈଦେଶିକ ସଚିବ ଭାବେ ଯୋଗ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe